ଉପଖଣ୍ଡ ଚିକିତ୍ସାଳୟରେ ସୁଭଦ୍ରା ଶକ୍ତି କାଫେ ଉଦ୍‍ଘାଟିତ

ଆସିକା (ୱାଇଏନ୍‍ଏସ୍‍) :ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୁଧବାର ସୁଭଦ୍ରା ଶକ୍ତି କାଫେ ଉଦ୍‍ଘାଟିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓଡିଶା ସରକାରଙ୍କ ମିଶନ୍‍ ଶକ୍ତି ବିଭାଗର ଆର୍ଥିକ ଅନୁଦାନରେ ସ୍ଥାପିତ ହୋଇଥିବା ଏହି ସୁଭଦ୍ରା ଶକ୍ତି କାଫେକୁ ବିଧାୟକ ସରୋଜ କୁମାର ପାଢୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ ଶାନ୍ତି କରସୁଧା ପଟ୍ଟନାୟକ, ବିପିସି କିରଣ କୁମାର ସାହୁ, ସୁଭଦ୍ରା ଶକ୍ତି କାଫେ ପରିଚାଳନା ଦାୟିତ୍ୱରେ ଥିବା ଚିନିଶିଳ୍ପ ୁନୁଆଗାଁର ନାରାୟଣ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସବିତା ସ୍ୱାଇଁ ଓ ସଂପାଦିକା ପ୍ରତିମା ଜେନା, ଆସିକା ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ କର୍ମଚାରୀ ରଂଜନ କୁମାର ସ୍ୱାଇଁ, ରମାକାନ୍ତ ସାହୁ, ଦୀପକ କୁମାର ରାଉତ, ସଙ୍ଗୀତାରାଣୀ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ନାୟକ, ଅମିତ୍‍ କୁମାର ଦାଶ୍‍, ଶୁଭେନ୍ଦୁ ମହାପାତ୍ର, ବିଶ୍ୱଜିତ୍‍ ପ୍ରଧାନ, ସ୍ୱର୍ଣ୍ଣଲତା ଗୋଚ୍ଛାୟତ୍‍, ସରସ୍ୱତୀ ରାଓ, ଆଲୋକ ନାୟକ, ଅଜିତ୍‍ ପ୍ରଧାନ, ସଂସିତା ସ୍ୱାଇଁ, ମନୋଜ କୁମାର ରାଉତ, ମୁନ୍‍ମୁନ୍‍ ସେଠୀ, ଦୀପକ କୁମାର ସାହୁ, ମନୋଜ କୁମାର ପାଢୀଙ୍କ ସମେତ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟ ସରକାରଙ୍କ ମିଶନ୍‍ ଶକ୍ତି ଦ୍ୱାରା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ସୁଭଦ୍ରା ଶକ୍ତି କାଫେକୁ ସୁପରିଚାଳନା ପାଇଁ ନିଯୁକ୍ତି ପାଇଥିବା ଚିନିଶିଳ୍ପ ନୁଆଗାଁର ନାରାୟଣ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଏହି କାଫେରେ ସକାଳରେ ଗରମା ଗରମର ଟିଫିନ୍‍ ସହ ମଧ୍ୟାହ୍ନ ଓ ରାତ୍ରରେ ସ୍ୱାଦିଷ୍ଟ ଭୋଜନ ବିକ୍ରୀ ହେବ ବୋଲି ଜଣାପଡିଛି । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବି ଓ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଏହି ସୁଭଦ୍ରା ଶକ୍ତି କାଫେ ବିଶେଷ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିଲା ବେଳେ ବଡ ବଡ ସହର ଭଳି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଖୋଲିଥିବା ସୁଭଦ୍ରା ଶକ୍ତି କାଫେରେ ଲୋକେ ସୁଆଦିଆ ଖାଦ୍ୟ ଖାଇପାରିବେ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ