ଶୁବ୍ରଜିତ ପାଇଲେ ଶାରଳା ଶିକ୍ଷା ସମ୍ମାନ ୨୦୨୬

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଶିକ୍ଷା କ୍ଷେତ୍ରରେ ଉତ୍କଷଣ ପାଇଁ “ଶ୍ରୀ ଯୁକ୍ତ ଶୁବ୍ରଜିତ ମହାପାତ୍ର “ଙ୍କୁ ଶାରଳା ଶିକ୍ଷା ସମ୍ମାନ ୨୦୨୬ସଂମ୍ମାନିତ କରାଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଡିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶାରଳା କପ୍ ରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ଶାରଳା ସ୍ପୋଟିଂ କ୍ଲବ ସଭାପତି ଯୁଗଳ କିଶୋର ମହାନ୍ତି, ଉପ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଙ୍କ ଉପସ୍ଥିତ ରେ ମହୋଦଧି ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶୁବ୍ରଜିତ ମହାପାତ୍ର ଙ୍କୁ ଶାରଳା ଶିକ୍ଷା ସମ୍ମାନ ୨୦୨୬ରେ ସମ୍ମାନିତ କରାଯାଇଛି। ଏହା ମହୋଦଧି ଏକାଡେମୀ,କୋଣାର୍କ ପାଇଁ ଗର୍ବର ମୁହୂର୍ତ୍ତ। ଏହି ଅବସରରେ ମୁଖ୍ୟ ଅତିଥି କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଶିକ୍ଷାରେ ମନୋନିବେଶ ଦ୍ୱାରା ଭବିଷ୍ୟତ ଉଜ୍ଜଳମୟ ହୋଇଥାଏ। ମେଧାବୀ ଛାତ୍ର, ଛାତ୍ରୀ ମାନେ ସମାଜ ସମ୍ପଦ। ସେମାନଙ୍କର ସୁରକ୍ଷା ଓ ଅଭିବୃଦ୍ଧି ଦେଶକୁ ପ୍ରଗତି ପଥରେ ଆଗେଇ ନେଇଥାଏ। ଭବିଷ୍ୟତ ରେ ଏହି ଯୋଦ୍ଧା ମାନେ ଶିକ୍ଷାକୁ ଆୟୁଧ କରି ସୁସ୍ଥ ଓ ଶିକ୍ଷିତ ସମାଜ ଗଠନରେ ସହାୟକ ହେବ ବୋଲି  ମତ ଦେଇଥିଲେ। ଭବ୍ୟ ସମାରୋହ ରେ ଅନ୍ୟତମ ଅତିଥି ଉପଦେଷ୍ଟା ଦିବାକର ଛାଟୋଇ କହିଥିଲେ ଶ୍ରୀ ଯୁକ୍ତ ଶୁବ୍ରଜିତ ମହାପାତ୍ର ଙ୍କ ଅଟଳ ସମର୍ପଣ, ଯୁବ ମନକୁ ପୋଷଣ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଶିକ୍ଷକ ସମାଜ ପ୍ରତି ତାଙ୍କର ଗୁରୁତ୍ୱ ପୂର୍ଣ୍ଣ ଅବଦାନ କୁ ସ୍ୱୀକୃତି ପ୍ରଦାନ କରେ।ମର୍ଯ୍ୟାଦା ଜନକ ଶାରଳା ଶିକ୍ଷା ସମ୍ମାନ ସଂମ୍ମାନିତ ଶ୍ରୀ ଯୁକ୍ତ ଶୁବ୍ରଜିତ ମହାପାତ୍ର କହିଥିଲେ ଆମର ବୃତ୍ତି ଆମର ଭବିଷ୍ୟତ କୁ ନିର୍ଣ୍ଣୟ କରିଥାଏ। ଏଣୁ ଆମର ପ୍ରବୃତ୍ତି କୁ ଦୃଷ୍ଟିରେ ରଖି ବୃତ୍ତି ଚୟନ କରିବାକୁ ହେବ। ଅଭିଭାବକ ସମର୍ଥନ ମିଳିଲେ ଛାତ୍ର, ଛାତ୍ରୀ ଜୀବନରେ ନିଶ୍ଚୟ ସଫଳତା ହାସଲ କରିବେ। ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ଅଞ୍ଚଳରେ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ