ଦିବ୍ୟାଙ୍ଗ ଛାତ୍ରଙ୍କ ସଫଳତା: ଭବିଷ୍ୟତରେ ଡାକ୍ତର ହେବେ ପ୍ରିୟାଂସୁ

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ):ଚଳିତ ବର୍ଷର ଦଶମ ଶ୍ରେଣୀ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କାକଟପୁର ବ୍ଲକର ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ସଫଳତା ଦେଖିବାକୁ ମିଳିଛି । ଯାହା ପରିବାର ବର୍ଗଙ୍କ ଆଖିରେ ଖୁସିର ଲୁହ ଆଣିଥିବା ବେଳେ ପୁରୀ ଜିଲ୍ଲା ସହ କାକଟପୁର ବ୍ଲକ ପାଇଁ ଗୌରବ ଆଣିଛନ୍ତି । କାକଟପୁର ବ୍ଲକ ଅଧୀନ ଅବଦାନ ପଞ୍ଚାୟତର ପଲାବସ୍ତ ଗ୍ରାମର ଲଳିତ ନାୟକ ଓ ଗୀତା ନାୟକଙ୍କ ବଡ଼ ପୁଅ ପ୍ରିୟାଂସୁ ପ୍ରିୟଦର୍ଶୀ ନାୟକ ଜନ୍ମରୁ ଭିନ୍ନକ୍ଷମ ଥାଇ ମଧ୍ଯ ହାର ମାନି ନାହାନ୍ତି । ମ୍ୟାଟ୍ରିକ ପରୀକ୍ଷାରେ ୫୪୦ ମାର୍କ ରଖି ଏ1 ଗ୍ରେଡ ସଫଳତା ସହ ହାସଲ କରିଛନ୍ତି। କୁରୁମ ଜମଧର୍ମ ବୌଦ୍ଧ ବିହାର ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ପ୍ରିୟାଂସୁ ନିଜର ସଫଳତା ପାଇଁ ତାଙ୍କର ପିତା ମାତା, ସ୍କୁଲ୍ ଓ ଟିଉସନ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ଡ଼ାକ୍ତର ହୋଇ ଗରିବ ଅସହାୟ ଲୋକଙ୍କ ମାଗଣା ଚିକିତ୍ସା କରିବେ ବୋଲି ନିଜର ଭବିଷ୍ୟତ ଲକ୍ଷ ନେଇ କହିଛନ୍ତି। ଜନ୍ମରୁ ପ୍ରିୟାଂସୁଙ୍କୁ ଡାହାଣ ହାତ ଅକ୍ଷମ ହୋଇଥିଲା । ବାପା ମାଆ କେବେ ପର ନକରି ସ୍ନେହ ଶ୍ରଦ୍ଧା ଓ କଷ୍ଟ କରି ପାଠ ପଢ଼ାଇଛନ୍ତି । ଅକ୍ଷମ ହେଲେ ବି ସେ ଆଜି ସକ୍ଷମ ହୋଇ ପାରିଛି । ନିଜକୁ ସେ କେବେ ଅକ୍ଷମ ବୋଲି ଚିନ୍ତା ନକରି ସମସ୍ତଙ୍କ ସହ ମିଶି ପାଠ ପଢ଼ି ଆଗକୁ ବଢିଛନ୍ତି । ପରିବାର ରୋଜଗାର ସେତେ ଉନ୍ନତ ନଥିବାରୁ ପୁଅର ଡାକ୍ତର ହେବା ଲକ୍ଷ ପାଇଁ ଅନେକ ଅର୍ଥ ଓ କଷ୍ଟ କରିବାକୁ ପଡ଼ିବ। ଯାହା ପାଇଁ ପରିବାରରେ ସମ୍ବଳ ନଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଛାତ୍ରଙ୍କ ଶିକ୍ଷା ପାଇଁ ସହଯୋଗ କରିବାକୁ ପିତାମାତା ନିବେଦନ କରିଛନ୍ତି । ଏ ସମ୍ବଧରେ କାକଟପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି ପ୍ରିୟାଂସୁଙ୍କ ପାଠ ପଢାପାଇଁ ସରକାରଙ୍କୁ ଏ ବିଷୟରେ ଜଣାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ