ଜିଲ୍ଲାସ୍ତରୀୟ କୁଇଜ ପ୍ରତିଯୋଗିତାରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସଫଳତା

ଖଲ୍ଲିକୋଟ(ଓ୍ବାଇଏନଏସ): ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ବ୍ରହ୍ମପୁର ଶାଖା ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ ବିଶ୍ୱ ପର୍ଯ୍ୟଟନ ଦିବସ ‘ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ମହାବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପାଇଁ ସଫଳତା ନେଇଆସିଛନ୍ତି ଦୁଇ ପ୍ରତିଭାବାନ ଛାତ୍ର ପ୍ରବୀଣ କୁମାର ବେହେରା ଓ କ୍ଷିତିଜ ମିଶ୍ର l ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଦୁଇ ଛାତ୍ର ପ୍ରବୀଣ କୁମାର ବେହେରା ଓ କ୍ଷିତିଜ ମିଶ୍ର ପର୍ଯ୍ୟଟନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ହାସଲ କରିବା ସହ ଟ୍ରଫି ଓ ଅର୍ଥ ରାଶି ଲାଭ କରିଛନ୍ତି l ଛାତ୍ର ଦ୍ବୟଙ୍କ ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ଶ୍ରୀ ଓ ସମ୍ମାନ ବୃଦ୍ଧି ଘଟିଥିବାରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟ ପାଇଁ ସଫଳତା ନେଇ ଆସିଥିବା ଛାତ୍ର ଦ୍ବୟଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଅଜସ୍ର ସଫଳତା କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ