ବୃତ୍ତି ପରୀକ୍ଷାରେ ବଞ୍ଚୋ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ସଫଳତା

ହାଟଡିହି (ଓ୍ବାଇଏନଏସ):  ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବଞ୍ଚୋ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି। ଶିଶୁ ମନ୍ଦିରର ଛାତ୍ର ଆରଭି ସାମଲ ଓ ଛାତ୍ରୀ ଦିବ୍ୟାଂଶା ପ୍ରୀୟଦର୍ଶନୀ ଘଡେଇ ଯୁଗ୍ମ ଭାବେ ୯୦ ମାର୍କ ରଖି ବ୍ଳକରେ ୨ୟ ସ୍ଥାନ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ଉଭୟ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପରିଚାଳନା କମିଟିର ସଭାପତି, ସମ୍ପାଦକ, ପୂର୍ବତନ ସଭାପତି ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ଯୋଗଦେଇ ଉଭୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ