ଏସୟୁଜେ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ହାଟଡିହି , (ଓ୍ବାଇଏନଏସ): ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ। ନିଜ ଜୀବନ ତଥା ପରିବାରକୁ ବିପନ୍ନ କରି ସମାଜ ପାଇଁ ଦିନରାତି ୨୪ ଘଣ୍ଟା ଖବର ପରିବେଷଣ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା ନଦେବା ଦୁର୍ଭାଗ୍ୟ ଜନକ। ସକାରାତ୍ମକ ଖବର ପରିବେଷଣ ବିକଶିତ ରାଷ୍ଟ୍ର ନିର୍ମାଣର ପୁଞ୍ଜି ବୋଲି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହୋଟେଲ ଆଚିଲ୍ସ ଠାରେ ରାଜ୍ୟ ସାମ୍ବାଦିକ ସଂଘ ଏସୟୁଜେ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ ପାଇଛି। ଗଣମାଧ୍ୟମ ବିପନ୍ନ ହେଲେ ଗଣତନ୍ତ୍ର ଦୁର୍ବଳ ହୁଏ। ସାମ୍ବାଦିକ ମାନଙ୍କ ସର୍ବ ନିମ୍ନ ଦାବିକୁ ସରକାର ପୁରଣ କରିବା ସହିତ ସେମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ସଚେତନ ରହିବାକୁ ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ବ୍ୟକ୍ତ କରିଛନ୍ତି। ଏସୟୁଜେ ଓଡିଶା ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଆନନ୍ଦପୁର ଉପ ଜିଲ୍ଲାପାଳ ନୀଳମାଧଵ ସୁନା, ସ୍ୱତନ୍ତ୍ର ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜାତୀୟ ସାମ୍ବାଦିକ ୟୁନିଅନ ଏନୟୁଜେ ଇଣ୍ଡିଆ ର ସଂଗଠନ ସମ୍ପାଦକ ଡ଼. ଚିନ୍ତାମଣି ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ, ଉପ ସଭାପତି ବାସୁଦେବ ତ୍ରିପାଠୀ, ସମରେଶ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଭୁବନେଶ୍ୱରରେ ଏକ ସାମ୍ବାଦିକ ଅତିଥି ଭବନନିର୍ମାଣ ପାଇଁ ଦାବି କରିଥିଲେ। କାର୍ଯ୍ୟକ୍ରମ ରେ ସୁସଂଗଠକ ପ୍ରଦୀପ କୁମାର ସାହୁ, ସମାଜସେବୀ ସରୋଜ କୁମାର ସାହୁ, ନୃତ୍ୟ ଗୁରୁ ଜିତୁ ଦାଶ ଙ୍କ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବୀଣାପାଣି କଳାନିକେତନ ର କଳାକାର, ଉପସ୍ଥାପିକା ସୌମ୍ୟଶ୍ରୀ ଚାଟାର୍ଜି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରୟାଗରାଜ କର ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟର ସମସ୍ତ ସଂଘ ଏକତ୍ରିତ ହୋଇ ସ୍ୱର ଉଠାଇବାକୁ ପ୍ରସ୍ତାବ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାରେ ଏସୟୁଜେ କେନ୍ଦୁଝର ଶାଖାର ବରିଷ୍ଠ ଉପସଭାପତି କିଶୋର ଆଚାର୍ଯ୍ୟ, ବରିଷ୍ଠ ସଭ୍ୟ ଗୋପାଳକୃଷ୍ଣ ରାଉତ,ନାରାୟଣ ସାହୁ, ସନ୍ତୋଷ ରାଉତ, ସ୍ଵପ୍ନେଶ୍ଵର ପଣ୍ଡା, ଗତିକୃଷ୍ଣ ଭୂୟାଁ, ସତ୍ୟଜିତ ସାହୁ, ଉପେନ୍ଦ୍ର ସାହୁ, ରାଜକିଶୋର ସାହୁ, ସୁଶାନ୍ତ ସାହୁ, ସ୍ମୃତିରଞ୍ଜନ ବିହାରୀ, ପାର୍ଥ ସୌରଭ ସା, ରଞ୍ଜନ ସା,ଉମାକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।


