ସୁକାନ୍ତ ବେହେରା ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଗଡଚଣ୍ଡୀ ସରକାରୀ ପ୍ରାଥମିକ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କୁ ମୁଖ୍ୟମନ୍ତୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଗୁରୁ ଦିବସ ଅବସରରେ ଜିଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରକାଶ ଯେ, କୁନି କୁନି ପିଲା ମାନଙ୍କର ବୈଦ୍ଧିକ, ଆବେଗିକ, ମାନସିକ ଓ ଶାରିରୀକ ବିକାଶ ନିମନ୍ତେ ପ୍ରାଥମିକ ଶିକ୍ଷାକୁ ସୁସଂଗତ ତଥା ଆକର୍ଷଣୀୟ କରି ଗଢି ତୋଳିବାରେ ପ୍ରାଥମିକ ଶିକ୍ଷକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ, ଗଳ୍ପ, ଗୀତ, ଅଭିନୟ ମାଧ୍ୟମରେ ଶିକ୍ଷା, ଖେଳ ଖେଳରେ ପାଠ ପଢା ଓ ଶିକ୍ଷଣ ସାମଗ୍ରୀକୁ ପ୍ରୟୋଗ କରି ଅଭିନବ କୌଶଳ ମାଧ୍ୟମରେ ଶିକ୍ଷାଦାନକୁ ମୂଳ ଆଧାର ରୂପେ ଗ୍ରହଣ କରି ପିଲା ମାନଙ୍କୁ ଅନେକ ସଫଳତା ପ୍ରଦାନ କରିଥିବା ତଥା ଚଳିତ ଶିକ୍ଷା ବର୍ଷ ପାଇଁ ବନ୍ତ ବ୍ଲକରୁ ପ୍ରାଥମିକ ଶିକ୍ଷା ସ୍ତରରେ ଏକମାତ୍ର ଶିକ୍ଷକ ଭାବେ ଶ୍ରୀ ବେହେରା ଏହି ପୁରସ୍କାର ପାଇଛନ୍ତି । ପୂର୍ବରୁ ଶ୍ରୀ ବେହେରା ବିଜ୍ଞାନ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ, ପରିବେଶ ସଚେତନତା, ଅଧାରୁ ପାଠ ପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ନାମ ଲେଖା, ଏକ ପେଡ୍ ମା କେ ଲିଏ କାର୍ଯ୍ୟକ୍ରମ ଏବଂ ସମ୍ବଳ ଶିକ୍ଷକ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ଏଥିସହିତ ସେ ଜଣେ ଭଲ କ୍ରୀଡା ଭାଷ୍ୟକାର ଏବଂ ଉଚ୍ଚ କୋଟିର କବି ଭାବେ ବେଶ ପରିଚିତ ଅଟନ୍ତି । ସେ ନିଷ୍ଠାପର ଭାବେ କାର୍ଯ୍ୟ କରି ଏହି ସଫଳତା ହାସଲ କରି ଥିବାରୁ ଏହା ତାଙ୍କୁ ଉତ୍ସାହିତ ଓ ପ୍ରେରିତ କରିଛି । ସମସ୍ତ ଶିକ୍ଷକ ନିରନ୍ତର ଉଦ୍ୟମ କରି ଛାତ୍ରଛାତ୍ରୀ ମାନଙ୍କର ବିକାଶ ପାଇଁ ଚେଷ୍ଟା କଲେ ପ୍ରାଥମିକ ଶିକ୍ଷା ନିଶ୍ଚିତ ଭାବେ ବିକଶିତ ହୋଇ ପାରିବ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ