ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ପଞ୍ଚାୟତ ଗାଲଗଣ୍ଡା ଗ୍ରାମରେ ସିସିଡି ଓ ଲୀନ୍ସ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ଜିରାଙ୍ଗ ସରପଞ୍ଚ ରିସ୍ପା ଭୂୟାଁ ଏବଂ ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟର ଅଧ୍ୟକ ଶ୍ରୀ ଶଶିକାନ୍ତ ମହାପାତ୍ର ମୁଖ୍ୟଅତିଥ୍ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଶିବିରରେ 4 ଗ୍ରାମର ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଯୋଗାଭ୍ୟାସରେ ସାମିଲ ହୋଇ ଉତ୍ତମ ସ୍ବାସ୍ଥ୍ୟ ସମ୍ପର୍କରେ ଜ୍ଞାନ ଲାଭ କରିଥିଲେ। ଦ୍ଵିତୀୟ ପର୍ଯ୍ୟୟରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଭାଗ ନେଇ ଗ୍ରାମର ପରିବେଶ ସଫା ସୁତରା କରିବା ସହ ବାଲ୍ୟ ବିବାହକୁ ନା’ ସମ୍ବନ୍ଧୀୟ ଏକ ସଚେତନତା ରାଲି କରିଥିଲେ I ଶେଷରେ ଛାତ୍ରଛାତ୍ରୀ ବିଭିନ୍ନ ଖେଳ ପ୍ରତିଯୋଗିତା ଯଥା ଦୌଡ, ଡିଶକୋସ ଥ୍ରୋ, ଶଟପୁଟ, ଲମ୍ବ ଡିଆଁ, ମିଉଜିକ ଚେୟାର, ଭାଷଣ, ରଙ୍ଗୋଲୀ, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ ମେମ୍ବର ପ୍ରଫୁଲ୍ଲ ଶବର, ଗ୍ରାମର ବୁଦ୍ଧିଜୀବୀ ସନିଆ ଶବର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ.ଜଗନ୍ନାଥ ରାଜୁ ଏବଂ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ବାବଧାନରେ, ପ୍ରୋଜେକ୍ଟ ଅଫିସର ଦେବାଶିଷ ପାଇକ ପରିଚାଳନା କରିଥିବା ବେଳେ ଜୟଲକ୍ଷ୍ମୀ ବେହେରା, ମମତା ପାତ୍ର , ନିରଞ୍ଜନ ପାଣିଗ୍ରାହୀ ଓ ବି.ମାନସା ସହଯୋଗ କରିଥିଲେ।