ସୁନିଲ କୁମାର ପାଢୀ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି
ବୁଗୁଡା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର (ଘୁମୁସର) ସାଙ୍ଗଠନିକ ଜିଲ୍ଲାର ଉପସଭାପତି ଭାବେ ବୁଗୁଡା ବ୍ଳକର ସୁନିଲ କୁମାର ପାଢ଼ୀଙ୍କୁ ମନୋନୀତ କରି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ଶ୍ରୀ ପାଢ଼ୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଜି ଲ୍ଲା ସଭାପତି ନୀଳମାଧବ ପାତ୍ର, ଜିଲ୍ଲା ପ୍ରଭାରୀ ଭଗବାନ ମହାନ୍ତି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତଙ୍କ ମାର୍ଗଦର୍ଶନରେ ଜିଲ୍ଲାରେ ବିଜେପି ସଂଗଠନକୁ ସୁଦୃଢ କରିବାପାଇଁ ଆନ୍ତରିକ ପ୍ରୟାସ କରିବି ବୋଲି ନବନିଯୁକ୍ତ ଉପସଭାପତି ସୁନିଲ କୁମାର ପାଢୀ ପ୍ରକାଶ କରିଛନ୍ତି।


