ଲୋକାୟୁକ୍ତ ଅଧିକାରୀ ଦ୍ବାରା ମନରେଗା କାର୍ଯ୍ୟ ତଦାରଖ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ର ଟୁକୁଡିହା ପଞ୍ଚାୟତ ଠାରୁ ଆରମ୍ଭ କରି ଧନୁର୍ଜୟପୁର, ବଡଡୁମୁରିଆ ପଞ୍ଚାୟତ ରେ ମନରେଗା ଯୋଜନାରୁ ହୋଇଥିବା କାର୍ଯ୍ୟ ଗୁଡ଼ିକ ଲୋକାୟୁକ୍ତ ଅଧିକାରୀ ବୃଷଭ ନାୟକ ମଙ୍ଗଳବାର ଦିନ ଟିକିନିଖି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଲୋକାୟୁକ୍ତ ଅଧିକାରୀ ଶ୍ରୀ ନାୟକ ଟୁକୁଡିହା ପଞ୍ଚାୟତ ରେ ମନରେଗା ଯୋଜନାରୁ ହୋଇଥିବା କାର୍ଯ୍ୟ ଗୁଡ଼ିକ ର ସମସ୍ତ ଫାଇଲ ଗୁଡ଼ିକ ପଞ୍ଚାୟତ ଅଧିକାରୀ ପାଖରୁ ନେଇ ଫାଇଲର ସମସ୍ତ କାଗଜକୁ ଯାଞ୍ଚ କରିଥିଲେ କିଛି ଫାଇଲରେ ସଠିକ୍ କାଗଜ ରଖି ନଥିବାରୁ ଲୋକାୟୁକ୍ତ ଅଧିକାରୀ ବିରୋକ୍ତି ପ୍ରକାଶ କରିବା ସହିତ ମନରେଗା କାର୍ଯ୍ୟ ର ଫାଇଲ ଖୋଲିବା ପରେ ତାର ସମସ୍ତ ରେକର୍ଡ ପତ୍ରକୁ ସଠିକ ଭାବରେ ଫାଇଲେ ରଖିବାକୁ ପାଇଁ ତାଗିଦ କରିଥିଲେ ଅଧିକାରୀ ମାନଙ୍କୁ। କାମର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ମନରେଗା ଯୋଜନାରୁ ହୋଇଥିବା କାର୍ଯ୍ୟ ସ୍ଥଳକୁ ଯାଇଛି କାମ ଗୁଡ଼ିକ ସଠିକ ଭାବରେ ହୋଇଛି କି ନାହଁ ତାର ତଦାରଖ କରିବା ସହିତ ମନରେଗା ଯୋଜନାରୁ ହୋଇଥିବା କାର୍ଯ୍ୟ ଗୁଡ଼ିକ ରେ କାମ କରିଥିବାରୁ ଜବକାଡ ଧାରୀ ଶ୍ରମିକ ମାନଙ୍କୁ ଠିକଣା ସମୟରେ ପ୍ରାପ୍ୟ ମିଳୁଛି କି ନାହିଁ ଶ୍ରମିକ ମାନଙ୍କୁ ପଚାରି ବୁଝିଥିଲେ। ମନରେଗା କାର୍ଯ୍ୟ ଗୁଡ଼ିକୁ ଜବକାଡ ଧାରୀ ଶ୍ରମିକ ମାନଙ୍କୁ କାମ ରେ ନ ଲଗାଇ ମେସିନ ଦ୍ବାରା କାମ କରିଥିବାରୁ ଟୁକୁଡିହା ପଞ୍ଚାୟତ ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ ସୈମ୍ୟା ସଚିତ୍ରା ମହାରଣା କୁ ତାଗଦି କରିବା ସହିତ କାମଚାଲିଥିବା ସମୟରେ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଗାମୀ ଦିନରେ ଯଦି ଶ୍ରମିକ ବଦଳରେ ମେସିନ କାମ କରୁଥିବା ର ଜଣା ପଡିଲା ଦାୟିତ୍ଵ ରେ ରହିଥିବା କନିଷ୍ଠ ଯନ୍ତ୍ରୀ,ବିଏଫଟି,ଏଡିଓ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ଶ୍ରୀ ନାୟକ କହିଛନ୍ତି କାମ ପାଇଁ ଯେତିକି ଅନୁଦାନ ଆସୁଛି ତାକୁ ଯନ୍ତ୍ରୀ ମାନେ ତଦାରଖ କରୁନାହାନ୍ତି ଯାହା ଫଳରେ ଯେତିକି କାମ ହେବା କଥା ସେତିକି ହେଉ ନାହିଁ ଏବଂ ସଂପୂର୍ଣ୍ଣ ବିଲ କାହିଁକି କରା ଯାଇଛି ବୋଲି ତାଗିଦ କରିଛନ୍ତି। କାମ ଗୁଡ଼ିକୁ ତଦାରଖ କରିବା ସମୟରେ ଉପସ୍ଥିତ ରହିଥିଲେ ପିଇଓ , ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ,ଏଡିଓ ବିଏଫଟି। ଟୁକୁଡିହା ପଞ୍ଚାୟତ ର କାର୍ଯ୍ୟ ତଦାରଖ କରିବା ପରେ ଧନୁଜୟପୁର ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହୋଇଥିବା ମନରେଗା କାର୍ଯ୍ୟ ଗୁଡ଼ିକୁ ତଦାରଖ କରିଥିଲେ। ଏହି ପଞ୍ଚାୟତ ର ମନରେଗା କାର୍ଯ୍ୟ ତଦାରଖ କରୁଥିବା ଏଡିଓ ମନରେଗା କାର୍ଯ୍ୟ କୁ ସଠିକ ଭାବରେ ପରିଚାଳିତ କରୁ ନଥିବାରୁ ଅସନ୍ତୋଷ ହେବା ସହିତ ମନରେଗା କାର୍ଯ୍ୟର ନିୟମକୁ ଠିକ ଭାବରେ ପାଳନ କରିବା ପାଇଁ ତାଗିଦ କରିଥିଲେ। କିଛି ମନରେଗା କାମରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରି କାମ କରିଥିବାରୁ ଏଡିଓକୁ ତାଗିଦ କରିଥିଲେ ।କାମ ଗୁଡ଼ିକ ତଦାରଖ କରିବା ସମୟରେ ଉପସ୍ଥିତ ରହିଥିଲେ , ସରପଞ୍ଚ ,ପିଇଓ । ସେହିପରି ବଡଡୁମୁରିଆ ପଞ୍ଚାୟତ ର ମନରେଗା କାର୍ଯ୍ୟ ଗୁଡ଼ିକୁ ତଦାରଖ କରିଥିଲେ।ଲୋକାୟୁକ୍ତ ଶ୍ରୀ ନାୟକ କାର୍ଯ୍ୟ ଗୁଡ଼ିକୁ ତଦାରଖ କରିବା ସମୟରେ ଉପସ୍ଥିତ ରହିଥିଲେ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ,ଏଡିଓ, ବିଏଫଟି ଉପସ୍ଥିତ ରହିଥିଲେ। ମନରେଗା କାର୍ଯ୍ୟ ଗୁଡ଼ିକରେ ଶତପ୍ରତିଶତ ଜବକାଡ ଧାରୀ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବାକୁ ଲୋକାୟୁକ୍ତ ଶ୍ରୀ ନାୟକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟ ରେ ଅନିୟମିତତା ଦେଖାଦେଲେ ସଂପୃକ୍ତ ଅଧିକାରୀ ଙ୍କ ବିରୋଧ ରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।