ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ବ ତଥା ଏବିଇଓ ନରେନ୍ଦ୍ର କୁମାର ବାରିକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ଭାବେ ଜିଲା ଓଷ୍ଟା ସଭାପତି ଶଶୀ ଶେଖର କର ଶର୍ମା, ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର ଯୋଗ ଦେଇଥିଲେ।ଶିକ୍ଷକ ଅଭୟ କୁମାର ପ୍ରଧାନ ଅତିଥି ପରିଚୟ, ସିଆରସିସି ପ୍ରଫୁଲ୍ଲ କୁମାର ଦାସ ସ୍ୱାଗତ ଭାଷଣ ଓ ଟିଲୋ ସିଆରସିସି ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୨୦୬ ବିଦ୍ୟାଳୟର ୪ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ସଂଗୀତ, ନୃତ୍ୟ, କୁଇଜ, ଚିତ୍ରାଙ୍କନ, ବକ୍ତୃତା ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଚାରକ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ କଳା ଶିକ୍ଷକ ସୁଶ୍ରୀ ନମିତା ବେହେରା ଏବଂ ପଦ୍ମନାଭ ସେଠୀଙ୍କ ଦ୍ୱାରା ନିର୍ମିତ ଜଗନ୍ନାଥଙ୍କ ବାଲୁକା ପ୍ରତିକୃତି ବେଶ ଆକର୍ଷଣୀୟ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରେକୃଷ୍ଣ ଆପଟ,ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସରପଞ୍ଚ ରଶ୍ମିତା ସେଠୀ, ସିଆରସିସି ପ୍ରଫୁଲ୍ଲ କୁମାର ଦାସ, ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର, ପ୍ରାକ୍ତନ ସରପଞ୍ଚ ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ଜିଲା ସ୍ତରକୁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ଉତ୍ତମ କୁମାର ଦାସ, ନିରଞ୍ଜନ ଖିଲାର, ପ୍ରଦୀପ କୁମାର ପଲେଇ, ଅକ୍ଷୟ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ ମଲ୍ଲିକ, ଗିରିଜା ଶଙ୍କର ଲେଙ୍କା, ଶୁଭ୍ର ପ୍ରକାଶ ରାଉଳ, ଜଗନ୍ନାଥ ଖୁଣ୍ଟିଆ, ଗୌତମ କୁମାର ଭୂୟାଁ, ରାଜେନ୍ଦ୍ର ପାତ୍ର, ସୁଧାଂଶୁ ଶେଖର ଦାସ, ପରମେଶ୍ୱର ପୃଷ୍ଟିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।


