ପୋଲସରାରେ ବିଜେଡିର ବ୍ଲକ ସଭାପତି ହେଲେ ସୁରେନ୍ଦ୍ର ନାଥ ପ୍ରଧାନ ଓ ନଗର ସଭାପତି ଗୋପାଳ କୃଷ୍ଣ ସାହାଣୀ
ପୋଲସରା (ଅନୀଲ କୁମାର ମହାରଣା) : ରାଜ୍ୟ ବିଜୁ ଜନତା ଦଳର ୧୮-୦୨-୨୬ ତାରିଖର ପତ୍ର ସଂଖ୍ୟା ୩୭/୦୨/ଏସବି/ବିଜେଡି/୨୦୨୬ ପ୍ରକାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଓ ପୋଲସରା ଏନଏସି ପାଇଁ ସଭାପତିଙ୍କ ନାମ ପ୍ରକାଶ କରିଛନ୍ତି। ପୋଲସରା ବ୍ଳକର ସଭାପତି ଭାବେ ସୁରେନ୍ଦ୍ର ନାଥ ପ୍ରଧାନଙ୍କୁ ମନୋନୀତ କରିଥିବା ବେଳେ ପୋଲସରା ଏନଏସି ସଭାପତି ଭାବେ ଗୋପାଳ କୃଷ୍ଣ ସାହାଣୀଙ୍କୁ ମନୋନୀତ କରିଛନ୍ତି। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବ୍ଲକ ସଭାପତି ଭାବେ ଶ୍ରୀ ପ୍ରଧାନ ଓ ନଗର ସଭାପତି ଭାବେ ଶ୍ରୀ ସାହାଣୀ ଙ୍କୁ ମନୋନୀତ କରିଥିବା ଯୋଗୁଁ ବିଜେଡି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଶ୍ରୀ ପ୍ରଧାନ ଓ ଶ୍ରୀ ସାହାଣୀ ଉଭୟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କାରାଯାଇଛି ତାହାକୁ ସୁଚାରୁଭାବେ ପରିଚାଳନା କରିବା ସହ ଦଳକୁ ମଜଭୁତ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ପ୍ରକାଶ କରିଛନ୍ତି। ଏଥି ସହ ସେ ଦୁହେଁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ଗନ୍ତାୟତଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।


