ସୂର୍ଯ୍ୟ ନର୍ସିଂହୋମର ଅଲଟ୍ରାସାଉଣ୍ଡ କେନ୍ଦ୍ର ସିଲ

କେନ୍ଦ୍ରାପଡ଼ା,:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକ ଉପରେ ଆଜି ଜିଲ୍ଲା ପ୍ରଶାସନ, ମେଡିକାଲ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ ପକ୍ଷରୁ ଚଢାଉ କରାଯାଇଛି। ସେହିସବୁ ଅଲଟ୍ରାସାଉଣ୍ଡ କ୍ଲିନିକର କାଗଜପତ୍ର ଯାଞ୍ଚ କରାଯିବା ସହ ବିଭିନ୍ନ ଅନିୟମିତତାର ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ଚଢାଉ ପରେ ଖଡିଅଙ୍ଗସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛରେ ଥିବା ସୂର୍ଯ୍ୟ ନର୍ସିଂହୋମର ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସିଲ କରିଦିଆଯାଇଛି। ସେଠାରେ ଟିମ ପକ୍ଷରୁ ଦୀର୍ଘ ୫ଘଣ୍ଟା ଧରି ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ପି.ସି. ଆଣ୍ଡ ପି.ଏନ.ଡି.ଟି. ଆକ୍ଟର ଉଲ୍ଲଙ୍ଘନ କରାଯାଇଥିବାରୁ ମେଡିକାଲ ଟିମ ପକ୍ଷରୁ ସୂର୍ଯ୍ୟ ନର୍ସିଂହୋମର ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସିଲ କରି ଦିଆଯାଇଥିବା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ କହିଛନ୍ତି। ଏହି ଟିମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ଅଭିଜିତ କୁଅଁର ଓ କନସଲଟାଣ୍ଟ ମନୋରଞ୍ଜନଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ