ବିଜେପି ନଗର ସଭାନେତ୍ରୀ ହେଲେ ସୁଷମା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ବିଜେପି ଦିଗପହଣ୍ଡି ନଗର ସଭାନେତ୍ରୀ ଭାବେ ସୁଷମା ଗୌଡ଼ ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ସୁଷମା ବିଜେପି ଦିଗପହଣ୍ଡି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପରେ ବିଜେପି ର ବର୍ତ୍ତମାନ ଉପସଭାନେତ୍ରୀ ଭାବେ ଦାୟିତ୍ୱରେ ରହିଥିଲେ । ଏହି ଗୁରୁ ଦାୟିତ୍ୱ ମିଳିବା ପରେ ନବ ନିଯୁକ୍ତ ସଭାନେତ୍ରୀ ସୁଷମା ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ , ବ୍ରହ୍ମପୁର ଏମ.ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ , ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର , ବିଜେପି ଜିଲ୍ଲା ସଭାପତି ସରୋଜ ସାବତ , ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ  ଭବାନୀ ଶଙ୍କର ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ