ସୁତେଇ ବଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ପାଳିତ

ବାଲେଶ୍ବର(ସରୋଜ ପଣ୍ଡା): ବୁଧବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁତେଇ ବଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ସୁତେଇ ସରପଞ୍ଚ କବିତା ମହାନ୍ତି, ସି.ଆର.ସି. ତୁଳସୀ ପ୍ରସାଦ ଦାସ, ସମିତି ସଭ୍ୟ ଗିରିଶ ଚନ୍ଦ୍ର ଦଳେଇ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବିଭିନ୍ନ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ବିଧାୟକ ଶ୍ରୀ ଦାସ ସେ ଅଞ୍ଚଳର ଦୁଇ ସମାଜସେବୀ ମହିଳା ଡାଙ୍ଗି ମାଝୀ ଏବଂ ଭାରତୀ ସିଂ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯେଉଁ ମାନେ ସେ ଅଞ୍ଚଳର ପାଠପଢ଼ା ଅଧରୁ ଛାଡୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କ ଘର ଘର ବୁଲି ତାଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କରିଆସିଛନ୍ତି। ଯାହା ଫଳରେ ବହୁ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ