ସ୍ୱଦେଶୀ ଆପଣାଅ ଦେଶକୁ ଆଗକୁ ବଢାଅ: ସାଂସଦ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନିଜର ଦୈନନ୍ଦୀନ ଜୀବନରେ ସ୍ୱଦେଶୀ ଜିନିଷ ଓ ପଦାର୍ଥକୁ ଆପଣାଇବା ସହ ନୂତନ ପିଢିକୁ ମଧ୍ୟ ସ୍ୱଦେଶୀ ଆପଣାଇବା ପାଇଁ ପ୍ରବର୍ତ୍ତାଇବାକୁ ସାଂସଦ ବୈଜୟନ୍ତ ପଣ୍ଡା ଅନୁରୋଧ କରିଛନ୍ତି। ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ବୁଦ୍ଧିଜୀବି ଓ ଜି.ଏସ.ଟି. ସୁଧାର ଆଲୋଚନାଚକ୍ରରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସାଂସଦ ଶ୍ରୀ ପଣ୍ଡା ଏହା କହିଛନ୍ତି। ଏହି ସମ୍ମିଳନୀରେ ଯାଜପୁର ସାଂସଦ ରବିନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ବିଜେପି ଦ୍ୱାରା ଆୟୋଜିତ ଏହି ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସାଂସଦ ସମ୍ମାନିତ କରିଥିଲେ। ଏଥିସହିତ ଜିଲ୍ଲାରେ କ୍ରୀଡା, ସଂଗୀତ, କଳା, ସାହିତ୍ୟ, ସଂସ୍କୃତି, ଚିତ୍ର ଓ ନାଟ୍ୟରେ ଉଲ୍ଲେଖନୀୟ ଅବଦାନ ଥିବା ୩୦ଜଣ ବ୍ୟକ୍ତିବିଶେଷଙ୍କୁ ସାଂସଦ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଗୀତାଞ୍ଜଳି ସେଠୀ, ତେଜେଶ୍ୱର ପରିଡା, ଲଳିତ ବେହେରା, ଭୁବନମୋହନ ଜେନା, ସୁନାକର ବେହେରା, କିଶୋର ପଣ୍ଡା, ସଞ୍ଜୟ ରଥ, ସଲିମ ଖାନ, ଦୋଳଗୋବିନ୍ଦ ଜେନା, ଦୁର୍ଯ୍ୟୋଧନ ସାହୁ, ବୈଦ୍ୟନାଥ ଚାଟାର୍ଜୀ ପ୍ରମୁଖ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ପ୍ରଥମେ ସାଂସଦ ଶ୍ରୀ ପଣ୍ଡା ସକାଳେ ୪ନମ୍ବର ୱାର୍ଡର ୧୯୪ନମ୍ବର ବୁଥରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଓ ପରେ ସ୍ଥାନୀୟ ନିର୍ମାଲ୍ୟ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସ୍ଥାନୀୟ ବୁଦ୍ଧିଜୀବି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଜୟ ସାମଲ, ପିତାମ୍ବର ରାଉତ ଓ ଅଶୋକ ସେଠୀଙ୍କୁ ସମ୍ମାନିତ କରିଥିଲେ। ଏହାପରେ ନୂଆ ବସଷ୍ଟାଣ୍ଡସ୍ଥିତ ‘ବୟନିକା’ରେ ସ୍ୱଦେଶୀ ଜିନିଷ କିଣିବା ସହ ବିଭିନ୍ନ ଦୋକାନରେ ସ୍ୱଦେଶୀ ଷ୍ଟିକର ଲଗାଇ ଲୋକମାନଙ୍କୁ ସ୍ୱଦେଶୀ ପଦାର୍ଥ କିଣିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଥାନପତି ପୂଜା କମିଟି ପକ୍ଷରୁ ସାଂସଦ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସଦ ଶ୍ରୀ ପଣ୍ଡା ତିନିମୁହାଣୀ ଠାରେ ଉଦଘାଟିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏହାପରେ ଜଜାଙ୍ଗ ଗ୍ରାମକୁ ଯାଇ କାଇଁଚରେ ତିଆରି ବିଭିନ୍ନ ଜିନିଷ ଦେଖିଥିଲେ। ପରେ ସର୍କିଟ ହାଉସରେ ଜିଲ୍ଲା ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତାମାନଙ୍କ ସହ ଜି.ଏସ.ଟି. ସୁଧାର ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବି ଓ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।


