ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ

ବାଲେଶ୍ବର(ସରୋଜ ପଣ୍ଡା):ଜାତୀୟ ଯୁବ ଦିବସ ଉପଲକ୍ଷେ, ବାଲେଶ୍ଵର କ୍ରୀଡ଼ା ଛତ୍ରାବାସ ଠାରେ ସ୍ଵାମୀ ବିବେକାନନ୍ଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଅବସରରେ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ ସହିତ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ସାମୁହିକ ଗାନ କରାଯାଇଥିଲା । ଏହି ଅବସରରେ ଏକ ବନ୍ଧୁତ୍ଵପୂର୍ଣ ଭଲିବଲ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଉକ୍ତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀଯୁକ୍ତ ସାଇକୃଷ୍ଣ ଜେନା ଓ  ଜିଲ୍ଲା କ୍ରୀଡ଼ା ସଂଘର କର୍ମକର୍ତ୍ତା ଶ୍ରୀଯୁକ୍ତ ଜଗଦୀଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ଛାତ୍ରାବାସର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ଜେନା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ