ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ
ମୁନିଗୁଡ଼ା:ତା୧୪-୧ (ନନ୍ଦ କିଶୋର ପଟ୍ଟନାୟକ) ରାଷ୍ଟ୍ର ଋଷି ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ୧୨ ଜାନୁଆରୀ ଠାରୁ ସ୍ଵାଧୀନତା ଆନ୍ଦୋଳନର ଅନିର୍ବାଣ ଅଗ୍ନିଶିଖା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ୨୩ ଜାନୁଆରୀ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ସ୍ଥାନୀୟ ସ୍ୱଦେଶୀ ବସ୍ତୁ ବ୍ୟବହାର ଓ ସ୍ୱାବଲମ୍ବୀ ଭାରତ ନିର୍ମାଣ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦିଆଯାଉଛି।ଏହି ପରିପ୍ରେକ୍ଷୀରେ ଓଡ଼ିଶା ସ୍ୱଦେଶୀ ଜାଗରଣ ମଞ୍ଚ ତତ୍ତ୍ଵାବଧାନରେ ଏକ ସ୍ୱଦେଶୀ ସଚେତନତା ରଥ ସ୍ୱଦେଶୀ ଭାରତ,ସମୃଦ୍ଧ ଭାରତର ବାର୍ତ୍ତା ନେଇ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ପହଞ୍ଚିଥିଲା।ଏହି ରଥକୁ ମୁନିଗୁଡାର ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ସ୍ବାଗତ କରାଯିବା ସହିତ ମୁନିଗୁଡ଼ା ବସ ଷ୍ଟାଣ୍ଡ ସମ୍ମୁଖରେ ଏକ ସଚେତନତା ସଭା କବିରାଜ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ହୃଷୀକେଶ ଜାଲି,ମୁଖ୍ୟବକ୍ତା ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ,ସମ୍ମାନିତ ଅତିଥି ସ୍ୱଦେଶୀ ଜାଗରଣ ମଞ୍ଚ ପଶ୍ଚିମ ପ୍ରାନ୍ତ ପୂର୍ଣକାଳୀନ ପ୍ରଚାର ପ୍ରମୁଖ ଅଭୟ କୁମାର ଜେନା,ବରିଷ୍ଠ ରାଜନେତା ରାମଚନ୍ଦ୍ର ବେହେରା, ଓଡ଼ିଶା ପଶ୍ଚିମ ପ୍ରାନ୍ତ ବିଚାର ବିଭାଗ ପ୍ରମୁଖ ଡ.ରବିନାରାୟଣ ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,କୋରାପୁଟ ସ୍ୱଦେଶୀ ଜାଗରଣ ଯୁବା ପ୍ରମୁଖ ତନ୍ମୟ ପ୍ରଧାନ,ନାରୀନେତ୍ରୀ ସୁଶୀଳା ସରାଫ ପ୍ରମୁଖ ଉପସ୍ଥିତ ରହି ସ୍ୱଦେଶୀ ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ।ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ବିଦେଶୀ ବର୍ଜନ ଓ ସ୍ୱଦେଶୀ ପରିଧାନ ବିଷୟରେ ଉଲ୍ଲେଖ କରି ଅତିଥିମାନେ କହିଥିଲେ ଯଦି ପ୍ରତି କ୍ଷେତ୍ରରେ ଆମେ ସ୍ଵଦେଶିକୁ ଆପଣେଇବା ତେବେ ଭାରତ ଦିନେ ପରମ ବୈଭବଶାଳୀ ହେବା ସହ ଦେଶ ପାଇଁ ବଳିଦାନୀ ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରକାଶ କରିଥିଲେ।ଶେଷରେ ସ୍ୱଦେଶୀ ବସ୍ତୁ ବ୍ୟବହାର ପାଇଁ ଉପସ୍ଥିତ ଜନତା ସାମୁହିକ ସଂକଳ୍ପ ନେଇଥିଲେ।କାର୍ଯ୍ୟକ୍ରମରେ ତ୍ରିନାଥ ପଣ୍ଡା,ଜଗା ଶବର,ଭୀମ ବେହେରା,ଟୁନା କରକରିଆ,ସୁନ୍ଦର ରାଜୁ,ରୁଦ୍ର ମୂଗୁଲି,ଗଣେଶ ସେଠୀ,ଗରିବ ଗରଡିଆ,ସୁବାସ ତ୍ରିପାଠୀ,ସୁବାସ ପ୍ରାସ୍କା,ଧନୁ କୁଶୁଲିଆ,ରମେଶ ଗୌଡ଼, ସହଦେବ କୁଶୁଳିଆ,ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


