ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି ଆଦର୍ଶ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ। ପବିତ୍ର ଗୁରୁଦିବସ ଅବସରରେ ଇଛାପୁରସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ରଘୁନାଥ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ବ୍ଲକ ଅଧିନସ୍ତ ଓସ୍ତପୁର ଗ୍ରାମପଞ୍ଚାୟତର ବିରସ୍ୱତୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ସର୍ବଶ୍ରେଷ୍ଠ ପ୍ରାଥମିକ ଶିକ୍ଷୟିତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ପୁଷ୍ପଗୁଛ, ଉପଢୈାକନ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପୂର୍ବରୁ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକ ୨୦୧୭ମସିହାରେ ରାଜ୍ୟ ପୁରସ୍କାର ଓ ୨୦୨୩-୨୪ ଶିକ୍ଷା ବର୍ଷରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାର ମଧ୍ୟ ଗୈାରବ ଅର୍ଜ୍ଜନ କରିଥିଲେ। ତାଙ୍କର ଛାତ୍ରଛାତ୍ରୀମାନଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ ଓ ଭଲପାଇବା ହିଁ ତାଙ୍କୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ