ଶିକ୍ଷକ ସତ୍ୟସୁନ୍ଦରଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’
ହାଟଡ଼ିହି, (ଓ୍ବାଇଏନଏସ) : ହାଟଡ଼ିହି ବ୍ଳକ ନିଶାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାଶିକ୍ଷକ ସତ୍ୟସୁନ୍ଦର ପରିଡ଼ାଙ୍କୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ପିଏମଶ୍ରୀ ଡି.ଏନ୍ ହାଇସ୍କୁଲ ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ, ଫକିର ମୋହନ ନାଇକ, ଅଖିଳ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ ମନ୍ଦର ଧର ମହାଳିକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଡ଼ିଆଇ ଇ ଟି ର ଅଧ୍ୟକ୍ଷ କଲ୍ୟାଣୀ ମାଝୀ ପ୍ରମୁଖ ଯୋଗଦେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଶିକ୍ଷକ ଶ୍ରୀ ପରିଡ଼ା ପୁର୍ବରୁ ମଧ୍ଯ ଅନେକ ପୁରସ୍କାର ହାସଲ କରିଥିଲେ। ତାଙ୍କର ଏପରି ସଫଳତାରେ ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେପି ନେତା ଆଲୋକ ସେଠୀ, ସରପଞ୍ଚ ଚିନ୍ମୟ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ଶିକ୍ଷକ ସଂଘ ନେତା ମୃତ୍ୟୁଞ୍ଜୟ ପଲେଇ, ଶିଶିର କୁମାର ବିଶ୍ବାଳ, ନବଘନ ନାୟକ, ମୋହନ କୁମାର ମହାନ୍ତି, ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।