ବସ୍ ପଛରେ ଧକ୍କା ଦେଇ ଶିକ୍ଷକ ଗୁରୁତର

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର – ଭଦ୍ରକ ୫୩ ନଂ ରାଜ୍ୟ ରାଜପଥ‌ର ବଞ୍ଚୋ ଛକରେ ଜଣେ ବାଇକ୍ ଆରୋହୀ ବସ୍ ପଛରେ ଧକ୍କା ଦେଇ ଗୁରୁତର ଆହତ ହୋଇଛନ୍ତି। ସୂଚନାରୁ ଜଣାଯାଇଛି କି ଆଜି ଦିନ ଦୁଇଟା ତିରିଶ ସମୟରେ ଭଦ୍ରକରୁ ବାହାରି କେନ୍ଦୁଝର ଯାଉଥିବା ଋତୁରାଜ ନାମକ ଘରୋଇ ଯାତ୍ରୀବାହୀ ବସ୍ ଟି ବଞ୍ଚୋ ଛକ‌ରେ‌ ଠିଆ ହୋଇଥିବା ବେଳେ,ନୂଆ ବାଲିପାଳ ପ୍ରାଥମିକ ସ୍କୁଲର ଶିକ୍ଷକ କାର୍ତ୍ତିକ ଶଂଖୁଆଳ  ଆପାଚି ବାଇକ୍ ଯୋଗେ ଭୋଟର୍ ସମ୍ପର୍କିତ କାଗଜ ପତ୍ର ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଉଥିବା ବେଳେ, ବସ୍ ଟିର  ପଛପଟୁ ହଠାତ୍ ଧକ୍କା ଦେଇ ଛିଟିକି ରାସ୍ତା ମଝିରେ ପଡ଼ିଥିଲେ। ଫଳରେ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଲାରୁ ଡାହାଣ ଗୋଡ଼ଟି ଭାଙ୍ଗି ଯାଇଛି।ସେ‌ ବେହୋସ ଅବସ୍ଥାରେ ପଡିରହିଥିବା ବେଳେ ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ମିଶି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ