ବାଲି ବୋଝେଇ ହାଇୱା ଜବତ କଲେ ତହସିଲଦାର

ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି ପରିବହନ ଉପରେ ପ୍ରଶାସନର କଡ଼ା ନଜର। ରାତିରେ ବାଲି ବୋଝେଇ ହୋଇ ଯାଉଥିବା ଏକ ହାଇୱାକୁ ଜବତ କରିଛନ୍ତି ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ। ସୂଚନା ଅନୁଯାୟୀ, ତହସିଲଦାର ରାତିରେ ଯାଉଥିବା ସମୟରେ ଅଣା ଛକ ନିକଟରେ ଏହି ବାଲି ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ିରେ ବାଲି ପରିବହନ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ନଥିବା ଜଣାପଡ଼ିବାରୁ ସେ ଖଣି ବିଭାଗର ଅଧିକାରୀଙ୍କୁ ଡକାଇ ଗାଡ଼ିଟିକୁ ହସ୍ତାନ୍ତର କରିଥିଲେ। ଏଥିସହ ଘଟଣା ସମ୍ପର୍କରେ ଖଣି ବିଭାଗକୁ ମଧ୍ୟ ସୂଚନା ଦେଇଛନ୍ତି। ବେଆଇନ ବାଲି ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ପ୍ରଶାସନର ଏଭଳି ତତ୍ପରତାକୁ ସାଧାରଣରେ ଗୁରୁତ୍ୱ ଦିଆଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ