ବର୍ଷା ରେ ଧୋଇଗଲା ଅସ୍ଥାୟୀ ପୋଲ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଝୁମ୍ପୁରା ବ୍ଲକ ବଡଡୁମୁରିଆ ଠାରେ ପୋଲ ନିର୍ମାଣ କାମ ଚାଲୁ ରହିଛି। ପୋଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲେ ମଧ୍ୟ ପୋଲ ସଂଯୋଗ କରଣ ରାସ୍ତା ନିର୍ମାଣ ହୋଇ ନଥିବାରୁ ଜନସାଧାରଣ ଙ୍କ ଠାରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ଗୁଡ଼ିକ ଅସ୍ଥାୟୀ ପୋଲ ଦେଇ ଯାତାୟତ କରୁଥିଲେ। କିନ୍ତୁ ଗୁରୁବାର ସନ୍ଧ୍ୟାରେ ମାତ୍ରା ଧିକ ବର୍ଷା ହେବା ଫଳରେ ଅସ୍ଥାୟୀ ପୋଲ ଧୋଇ ହୋଇ ଯିବା ଫଳରେ ଅସ୍ଥାୟୀ ପୋଲ ତଳେ ରହିଥିବା  ଚାଷ ଜମି ଗୁଡିକ ଅସ୍ଥାୟୀ ପୋଲ ରେ ବ୍ୟବହାର ହୋଇଥିବା ବାଲି, ଗୋଡି, ପଛରେ ଭର୍ତ୍ତି  ହୋଇ ଯାଇଥିବା ସମ୍ପର୍କରେ ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏହି ଅସ୍ଥାୟୀ ପୋଲ ଟି ଯୋଗେନ୍ଦ୍ର ମାଟିଆ ଙ୍କ ଜମି ରେ ନିର୍ମାଣ ହୋଇଥିଲା। ଚାଷ କାମ ଆରମ୍ଭ ହେବା ପୂର୍ବରୁ ପୋଲ କାମ ଶେଷ କରି ଅସ୍ଥାୟୀ ପୋଲ କୁ ଭାଙ୍ଗି ଦେବାପାଇଁ ଠିକାଦାର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଠିକାଦାର ନିଜର ମର୍ଜିରେ କାମ କରିଲା ଯାହାର ଆଜି ତାର କୁ ପରିମାଣକୁ ଭୋଗ କରୁଛନ୍ତି ପୋଲ ତଳ ମୁଣ୍ଡରେ ରହିଥିବା ଚାଷୀମାନେ। ପାଣିର ସ୍ରୋତ ଅତି ପ୍ରଖର ରହିଥିବାରୁ ଧାନ ଚାରା ସହିତ ଲାଗିଥିବା ଧାନ ଗଛ ଗୁଡ଼ିକ ନଷ୍ଟ ହୋଇ ଯାଇଛି। ଅସ୍ଥାୟୀ ପୋଲ ର ମାଟି ଧୋଇ ହୋଇ ଛତିଶ ମାଟିଆ, ବନମାଳୀ ମାଟିଆ, ଧ୍ୟାନଚାନ୍ଦ ମାଟିଆ,ପ୍ରଫୁଲ ମାଟିଆ,ଲିଟୁ ମାଟିଆ, ଗଜେନ୍ଦ୍ର ମାଟିଆ ଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଚାଷୀ ମାନଙ୍କ ତରଫରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ