ଜଗତଜନନୀ ମା’ଦୁର୍ଗାଙ୍କ ଆଗମନରେ ଆସିକା ସହର ଉତ୍ସବମୁଖର
ଆସିକା (ୱାଇଏନ୍ଏସ୍) ଶାରଦୀୟ ଦୁର୍ଗାପୂଜାର ସପ୍ତମୀ ତିଥି ଠାରୁ ଧରାପୃଷ୍ଟକୁ ଅବତରଣ କରି ମଣ୍ଡପ ଗୁଡିକରେ ପୂଜା ପାଉଛନ୍ତି ଜଗତଜନନୀ ମା’ଦୁର୍ଗା। ସମବାୟ ନଗରୀ ଆସିକା ଅଞ୍ଚଳରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ। ଜଗତଜନନୀ ମା’ଦୁର୍ଗାଙ୍କ ଧରାପୃଷ୍ଟକୁ ଆଗମନ ଯୋଗୁଁ ଆସିକା ସହର ଦୁଲୁକି ଉଠିଥିବା ଲକ୍ଷ୍ୟ କରାଯାଇଛି। ଚାରିଆଡେ ଏବେ ପାର୍ବଣର ମହକ । ଐତିହ୍ୟ ତଥା ସଂସ୍କୃତି ସଂପନ୍ନ ଆସିକା ସହର ଶାରଦୀୟ ଦୂର୍ଗାପୂଜା ପାଇଁ ଆସିକା ଅଂଚଳ ଉତ୍ସବମୁଖର ହୋଇପଡିଛି । ଘରେ ଘରେ ଅତିଥି ଜମା ହେଉଥିବା ବେଳେ ଦୋକାନ ବଜାରରେ ଭିଡ ଲାଗିରହୁଛି । ଶାଢୀ ଓ ପୋଷାକ ଦୋକାନ ଠାରୁ ଆରମ୍ଭ କରି ଫୁଲ ଓ ଫଳ ଦୋକାନରେ ଭିଡ ପରିଲକ୍ଷିତ ହେଉଛି । ସୋମବାର ସପ୍ତମୀ ତିଥି ହୋଇଥିବାରୁ ଆସିକା ଘରୋଇ ବସ୍ ମାଲିକ ସଂଘ ପୂଜା ମଣ୍ଡପ, ଚିନିଶିଳ୍ପ ନୁଆଗାଁ ପୂଜାମଣ୍ଡପ, କଲେଜଛକ ସ୍ଥିତ ନିର୍ମାଣାଧୀନ ପେଟ୍ରୋଲ ପମ୍ପ ନିକଟସ୍ଥ ପୂଜାମଣ୍ଡପ, ନିମିନା ଗ୍ରାମ ପୂଜାମଣ୍ଡପର ସମେତ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସବୁମେଢରେ ଦୁର୍ଗତୀନାଶୀନୀ ମା’ଦୁର୍ଗାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ଲାଗି ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ଆଜି ପୂଜା ମଣ୍ଡପ ଗୁଡିକରେ ମହାସପ୍ତମୀ ପୂଜା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶେଷ ହୋଇଥିଲା ବେଳେ ଆସନ୍ତାକାଲି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ପାଇଁ ଆସିକା ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ, ସମବାୟ ଚିନିଶିଳ୍ପ ନୁଆଗାଁ, କଲେଜ ଛକ ପେଟ୍ରୋଲ ପମ୍ପ ନିକଟସ୍ଥ ପୂଜାମଣ୍ଡପ ତଥା ଏହାର ଆଖାପାଖ ଅଞ୍ଚଳ ଉତ୍ସବ ମୁଖର ହୋଇପଡିଥିଲା ବେଳେ ପୂଜାମଣ୍ଡପ ଅଧିକ ଆକର୍ଷଣୀୟ ହୋଇଛି । ସୋମବାର ମହାସପ୍ତମୀ ତିଥିରେ ଆସିକା ଘରୋଇ ବସ୍ ମାଲିକ ସଂଘ, ଆସିକା ସମବାୟ ଚିନିଶିଳ୍ପ, କଲେଜଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଜଗତ ଜନନୀ ମା’ ଦୁର୍ଗାଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବାଲାଗି ସକାଳୁ ସଂନ୍ଧ୍ୟା ଯାଏଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିରହିଥିଲା । ଆସିକା ସମବାୟ ଚିନିଶିଳ୍ପର ଦଶହରା ପର୍ବ ପାଳନ ପାଇଁ ବହୁ ପୁରୁଣା ହୋଇଥିଲା ବେଳେ ସୋମବାର ଅନୁଷ୍ଠିତ ମହାସପ୍ତମୀ ପୂଜାରେ କର୍ତ୍ତା ରୂପେ ଚିନିଶିଳ୍ପର କର୍ମଚାରୀ ବାଇଧର ନାହାକ ଓ ତାଙ୍କ ପତ୍ନୀ ପ୍ରତିମା ନାହାକ ଦାୟିତ୍ୱ ନିର୍ବାହ କରିଥିଲା ବେଳେ କବିସୂର୍ଯ୍ୟନଗର ନିକଟସ୍ଥ ନାରାୟଣପାଟଣା ଗ୍ରାମର ବିଦ୍ୱାନ ପଣ୍ଡିତ ବଦ୍ରିନାଥ ମିଶ୍ର ଓ ସହଯୋଗୀ ପଣ୍ଡିତ ଚନ୍ଦ୍ରଶେଖର ପାଣି ଏବଂ ଅଜୟ କୁମାର ଶତପଥୀଙ୍କ ମନ୍ତ୍ରୋଚାରଣରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଶକ୍ତିପ୍ରଦାୟନୀ ମା ଦୁର୍ଗାଙ୍କ ଧରାବତରଣ ଅବସରରେ ପୂଜା ମଣ୍ଡପ ଗୁଡିକ ସୁନ୍ଦର ତଥା ଚିକ୍ମିକ୍ ଆଲୋକମାଳରେ ଝଲସି ଉଠୁଛି । ଚଳିତ ବର୍ଷ ପରମ୍ପରା ଓ ରୀତିନୀତି ଅନୁଯାୟୀ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଓ ମେଢ ଖୋଲିଛି । ଆସିକା ଘରୋଇ ବସ୍ ମାଲିକ ସଂଘର ପୂଜାମଣ୍ଡପ ଅଭିଜ୍ଞ ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶ ଓ ସୀତାରାମ ଦାଶଙ୍କ ବେଦ ଉଚ୍ଚାରଣରେ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାସପ୍ତମୀ ତିଥି ଠାରୁ ମହିଷାମର୍ଦ୍ଦିନୀ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ସୋମବାର ଠାରୁ ଆରମ୍ଭ ହୋଇଥିଲା ବେଳେ ଏହି ଅବସରରେ ରବିବାର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ଅନୁଷ୍ଠିତ କଳସଯାତ୍ରା କାର୍ଯ୍ୟକ୍ରମରେ ଚିନିକଳର ଆଖୁ ବିଭାଗର ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ ଓ ତାଙ୍କ ସହଧର୍ମିଣୀ ପ୍ରତିମା ନାହାକ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ ।