ବିଭିନ୍ନ ଦାବି ନେଇ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲା ସମନ୍ୱୟ ସମିତି

ବେତନଟୀ ( ଉଦିତ କୁମାର ପରିଡା) : ବେତନଟୀ ବ୍ଲକ ଓଷ୍ଟା ସଂଘ ନେତୃତ୍ବରେ ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ର ବେତନଟୀ ବ୍ଲକ ପକ୍ଷରୁ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇ ଯାଇଛି। ବ୍ଲକ୍ ଓଷ୍ଟା ସଂଘ ର ସଂପାଦକ ସୁର୍ଯ୍ୟାନନ୍ଦ ନାୟକ ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ସଭାରେ ଓଷ୍ଟା ର ଜିଲ୍ଲା ସଂପାଦକ ତଥା ସମନ୍ୱୟ ସମିତି ର ଜିଲ୍ଲା ଆବାହକ କିଶୋର କୁମାର ଆଚାର୍ଯ୍ୟ ଯୋଗଦାନ କରି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମାନଙ୍କର ଦାବି ଯଥା ଅନୁଦାନରୁ ବଂଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ କଲେଜ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ଚାକିରି କାଳ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ସରକାରୀ ବିଦ୍ୟାଳୟ ରେ କାର୍ଯ୍ୟରତ ୨୦୦୪ ରୁ ୨୦୧୩ ବେଚ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ୬ ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ କଲେଜ କୁ ସରକାରୀ କରଣ, ନୂତନ ପେନସନ ବଦଳରେ ପୁରୁଣା ପେନସନ ପ୍ରଦାନ ଆଦି ବିଷୟ ଉପରେ ସରକାର ସହୃଦୟତାର ସହ ବିଚାର କରିବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂସ୍କୃତ ଟୋଲ ରୁ ଜଗଦୀଶ ଚନ୍ଦ୍ର ମହାନ୍ତ, ଅଲ୍ ଓଷ୍ଟା ରୁ ଶ୍ୟାମସୁନ୍ଦର ମଢୁଆଳ, ପୂର୍ବତନ ଶିକ୍ଷକ ନେତା ସଚିଦାନନ୍ଦ ମହାନ୍ତି,ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ, ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ବାସୁଦେବ ନାପିତ ଓ ଶିକ୍ଷକ ଧିରେନ୍ଦ୍ର ପ୍ରଧାନ, ନରହରି ମହାନ୍ତ,ଟିକାୟତ ମହାନ୍ତ, ଜୟନ୍ତ କୁମାର ମହାନ୍ତ, ସୁରମା ଓତା, ବଂଶିଧର ଗିରି, ସୁବ୍ରତ ଦୁର୍ଗା, ପ୍ରଦ୍ୟୁମ୍ନ ଭୁଇଁ, ଅଞ୍ଜନା କୁମାର ମହାପାତ୍ର, କବିତା ସାହୁ, ହରେକୃଷ୍ଣ ପଣ୍ଡା, ସଂଜିବ କୁମାର ପଣ୍ଡା,କ୍ଷଣପ୍ରଭା ମହାନ୍ତ, ଧୃବେନ୍ଦ୍ର ମହାନ୍ତ, ଗଜେନ୍ଦ୍ର ମହାନ୍ତ, ପ୍ରଦିପ କୁମାର ମହାନ୍ତ ପ୍ରଭୃତି ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ