ଶିଖରଘାଟ ବୋଇତ ବନ୍ଦାଣ ଉତ୍ସବର ଉଦଯାପନୀ

ନାଉଗାଁ,(ଓ୍ବାଇଏନଏସ): ଆମ ସଂସ୍କୃତି ଓ ପରମ୍ପରା ମହାନ। ଐତିହାସିକ ବୋଇତ ବନ୍ଦାଣ ଉତ୍ସବ ଏହାର ଏକ ଜ୍ଵଳନ୍ତ ନିଦର୍ଶନ। ସାରା ରାଜ୍ୟରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଥିବା ବେଳେ  ଜଗତସିଂହପୁର ଜିଲ୍ଲା ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ଏକାଦଶତମ ବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ମହୋତ୍ସବର ଉଦଯାପନୀ ଉତ୍ସବ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସର୍ବୋଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ବିଚାରପତି ଡ଼ ଜଷ୍ଟିସ ଅରିଜିତ ପଶାୟତ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ଼ ବାବାଜୀ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବରେ ପୁରୀ ରାଧାବଲ୍ଲଭ ମଠର ମଠାଧୀଶ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଓ ସମ୍ମାନିତ ଅତିଥି ଭାବରେ ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁ ଯୋଗ ଦେଇଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ ପରିଷଦର ଉପଦେଷ୍ଟା ପ୍ରତାପ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ପରିଷଦର ସମ୍ପାଦକ ପ୍ରାଧ୍ୟାପକ ସରୋଜ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆମ ଗରିମାମୟ ସଂସ୍କୃତିର ପରିଚାୟକ ନୌବାଣିଜ୍ୟ ପରମ୍ପରା। ଏହାର ବିକାଶ ଦିଗରେ ଆମେ ସଦା ଚେଷ୍ଟିତ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଡ଼ ଜଷ୍ଟିସ ଅରିଜିତ ପଶାୟତ ମତବ୍ୟକ୍ତ କରିଥିଲେ। ପୁରାତନ ନୌବାଣିଜ୍ୟ ପରମ୍ପରାରେ ଜଗତସିଂହପୁର ଜିଲ୍ଲାର ବିଶେଷ ମହତ୍ତ୍ଵ ରହିଛି ବୋଲି ମୁଖ୍ୟବକ୍ତା ପ୍ରଫେସର ଡ଼ ବାବାଜୀ ପଟ୍ଟନାୟକ କହିଥିଲେ। ଅନ୍ୟପକ୍ଷରେ ଅଧୁନିକତାର ପଛରେ ନ ପଡି ଯୁବବର୍ଗ ଆମ ପରମ୍ପରାର ବିକାଶ ଦିଗରେ କାର୍ଯ୍ୟ କଲେ ଏହି ଉତ୍ସବର ଯଥାର୍ଥ ମହତ୍ତ୍ଵ ରହିବ ବୋଲି ବିଶିଷ୍ଟ ଅତିଥି ମହନ୍ତ ରାମକୃଷ୍ଣ ଦାସ ମହାରାଜ କହିଥିଲେ। ପରିଷଦର କାର୍ଯ୍ୟକାରୀ ସଭାପତି ଆଡଭୋକେଟ ବିଷ୍ଣୁ ପ୍ରସାଦ ସ୍ଵାଇଁ, ଉପସଭାପତି ପ୍ରକାଶ ରାୟ, ଉପଦେଷ୍ଟା ନିରଞ୍ଜନ ବେହୁରା, ଜ୍ୟୋତିର୍ମୟ ଦଳାଇ, ଶିକ୍ଷକ ହିମାଂଶୁ କୁମାର ମହାନ୍ତି, ତ୍ରିଲୋଚନ ପାଢୀ, ଅକ୍ଷୟ କୁମାର ରାଉତ, ପ୍ରସନ୍ନଜିତ୍ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିଷଦର ଉପସଭାପତି ନିରଞ୍ଜନ ମହାନ୍ତି ସଭା ସଂଯୋଜନା କରିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୧ ଜଣ କୃତୀ ବ୍ୟକ୍ତିତ୍ଵ ଗିରିଧାରୀ ମହାନ୍ତି, ଡ଼ ସଂଗ୍ରାମ ମହାନ୍ତି, ଅନିଲ ବିଶ୍ବାଳ, ବାବାଜୀ ଦାସ, ମହାଦେବ ସେଠୀ, ବେବିଲତା ଶତପଥୀ, ଉମେଶ ବେହୁରା, ସତ୍ୟବ୍ରତ ମହାନ୍ତି, ପ୍ରବୀର ରାୟ ଓ ଇନ୍ଦିରା ସ୍ମାରକୀ ଯୁବକ ସଂଘ ଏବଂ ବିଶେଷ ଭାବରେ ଜଷ୍ଟିସ ପଶାୟତଙ୍କ ପତ୍ନୀ ସୁବଳା ପଶାୟତଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବରେ ପରିଷଦର ସହ ସମ୍ପାଦକ ବିଜୟ ବାରିକି, ସଂଗଠନ ସମ୍ପାଦକ ରଶ୍ମିରଞ୍ଜନ ରାଉତ, ରାମଚନ୍ଦ୍ର ସ୍ବାଇଁ, ଅନାଦି ବାରିକ, ସୁମିତ୍ରା ରାଉତ, ଆରାଧନା ନାୟକ, ଦୀପ୍ତି ବାରିକି, ସ୍ଵୟଂ ଅନୁରାଗ ନାୟକ, ପ୍ରିୟଦର୍ଶିନୀ ପରିଡ଼ା, ତପନ କୁମାର ବେହେରା, ମାନସ କୁମାର ସ୍ବାଇଁ, ଭ୍ରମରବର ଗୋଚ୍ଛାୟତ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଷଦର କୋଷାଧ୍ୟକ୍ଷ ବେଣୁଧର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ