ଗୃହରକ୍ଷୀଙ୍କ ପରଲୋକ

ହାଟଡିହି(ଓ୍ବାଇଏନଏସ): ନନ୍ଦିପଦା ଥାନାର ଗୃହରକ୍ଷୀ ତାମ୍ପଳା ଗ୍ରାମର ମଦନ ମୋହନ ଜେନାଙ୍କ ୫୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କାଲି ରାତିରେ ଥାନାକୁ ଡିଉଟି କରିବାକୁ ଯାଉଥିବା ରାସ୍ତାରେ ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଓ  ପରେ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ରାତିରେ ତାଙ୍କ ମରଶରୀର ଗ୍ରାମକୁ ଅଣାଯିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୃହରକ୍ଷୀ ସଂଘର ସଭାପତି ପ୍ରଶାନ୍ତ କୁମାର ଜେନା, ସରପଞ୍ଚ ହେମଲତା ଜେନା, ପିତବାସ ଜେନା, ପିତାମ୍ବର ପାତ୍ର, ମଧୁସୂଦନ ମହାପାତ୍ର, ନାରଦ ଖଣ୍ଡେଇ, ଗୟାଧର ଶଙ୍ଖୁଆ, ପର୍ଶୁରାମ ଜେନା, ଜଗବନ୍ଧୁ ଜେନା, ଜଗବନ୍ଧୁ ରାଉତ, ମଙ୍ଗୁଳି ରାଉଳ, ସୁରେଶ ରାଉଳ, ନିରାକାର ମହାପାତ୍ରଙ୍କ ସମେତ ନନ୍ଦିପଦା ଥାନାର କର୍ମଚାରୀମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତନ୍ବା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ