କୃଷିବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଷ୍ଣୁପ୍ରସାଦଙ୍କ ବିୟୋଗ

ଆସିକା  (ୱାଇଏନ୍‍ଏସ୍‍):  ଆସିକା ଏନ୍‍ଏସି ଅଧିନସ୍ଥ ୧୫ ନମ୍ବର ୱାର୍ଡର ଯୋକବନ୍ଧ ସାହିର ବାସିନ୍ଦା ତଥା ଅବସରପ୍ରାପ୍ତ କୃଷିବିଭାଗର କର୍ମଚାରୀ ବିଷ୍ଣୁପ୍ରସାଦ ନାହାକ (ବୟସ ପ୍ରାୟ ୭୭ବର୍ଷ)ଙ୍କର ଶନିବାର ଦିନ ବୟସାଧିକ ଓ ଅସୁସ୍ଥତାଜନିତ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ନାହାକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସୁସଂଗଠକ, ସଚ୍ଚୋଟ ତଥା ଅବସରପ୍ରାପ୍ତ କୃଷିବିଭାଗର କର୍ମଚାରୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ଏନ୍‍ଏସି ଅଧୀନସ୍ଥ ୧୫ ବମ୍ବର ୱାର୍ଡର ଯୋକବନ୍ଧ ସାହିର ବାସିନ୍ଦା ଅବସରପ୍ରାପ୍ତ କୃଷିବିଭାଗର କର୍ମଚାରୀ ବିଷ୍ଣୁପ୍ରସାଦ ନାହାକଙ୍କ ବୟସାଧିକ ଓ ଅସୁସ୍ଥତାଜନିତ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ସୁନାମ୍ବ ସାହି ସ୍ଥିତ ଆଦର୍ଶ ଶ୍ମଶାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାହାକ, ପୁତ୍ର ବନବାସୀ ନାହାକ, ପୁତ୍ରବଧୁ ଶିବାନୀ ନାହାକ, କନ୍ୟା କୁମାରୀ ସୁପ୍ରଭା ଓ ଜୋଇଁ ଉଲ୍ଲାସ ନାୟକଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । କୃଷିବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଷ୍ଣୁପ୍ରସାଦ ନାହାକଙ୍କ ବିୟୋଗରେ ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ନିର୍ଦ୍ଦେଶକ ଅଭିନିତ୍‍ ଗମ୍ଭୀର, ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ, ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର, ନାରାୟଣ ଡାକୁଆ, ଗଣେଶ ନାହାକ, ଶ୍ରୀକାନ୍ତ କୁମାର ରାଉତ, ସୂର୍ଯ୍ୟନାରାୟଣ ଆଚାରୀ, କିଶାନ୍‍ କୁମାର ରଣା, ମନୋଜ କୁମାର ମିଶ୍ରଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍‍, ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ