ପାଟଣାଗଡ ମାଁ ପାଟଣେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ଆସିଥିଲା ଏକ କୋଟି ଟଙ୍କା ହଡ଼ପ : ଦେବାଳୟ ସୁରକ୍ଷା କମିଟି ର ଦାବିପତ୍ର

ବଲାଙ୍ଗିର, (ଓ୍ବାଇଏନଏସ): ବଲାଙ୍ଗିର ଜିଲ୍ଲା କଳା ସଂସ୍କୃତି ଐତିହ୍ୟ ବହନ କରୁଥିବା କେନ୍ଦ୍ରସ୍ଥଳି,  ପାଟଣାଗଡ ର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ୨୦୦୦ ବର୍ଷ ପୂର୍ବର ଐତିହ୍ୟ ବହନ କରୁଥିବା ମନ୍ଦିରକୁ ଗତ ଏକ ବର୍ଷ ହେବ ୧୦ କୋଟି ଟଙ୍କା ଅନୁଦାନ ଆସି କାର୍ଯ୍ୟ ନ ହୋଇଥିବାରୁ ତାହା କିଭଳି କାର୍ଯ୍ୟ ହେବ ତା ସହ ଭୋଗ ମଣ୍ଡପ, ରୋଶୋଇ ଶାଳା, ଯଜ୍ଞ ମଣ୍ଡପ, ପାର୍କିଂ ସ୍ଥଳି ପାଇଁ ଅଧିକ ଅର୍ଥ ବରାଦ କରିବା ପାଇଁ ଦାବି,  ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ ଏବଂ ଦୁଇ ମନ୍ଦିର ପାଇଁ ଜାଗା ଚିହ୍ନଟ କରି ଜବରଦଖଲ ହଟାଇବା ପାଇଁ ଦାବି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକର ସାଲେଭଟା ଗ୍ରାମରେ ବିରାଜମାନ  ଐତିହାସିକ ପୀଠ ମାଁ ପାଟଣେଶ୍ୱରୀ ଏବଂ ମାଁ ସମଲେଶ୍ୱରୀ ପୀଠରେ ଗୋଟିଏ ଗମ୍ଭିରାରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ପାଟଣା ଶାସନ ସମୟରେ ଏହି ଗଡଟି ବେଶ ଗୁରୁତ୍ୱବହନ କରୁଥିଲା । ରାଜା ବଳରାମ ଦେଓ ୧୫୦୦ ଖ୍ରୀଷ୍ଟାବ୍ଦରେ ଭାଇ ଭାଗ ସ୍ଥାପନ କରିଥିଲେ । ଏହାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧିକ ଅର୍ଥ ବରାଦ କରିବାକୁ ଦାବି । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ସାଉନ୍ତେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ମାଁ ଙ୍କର ଭୋଗ ମଣ୍ଡପ, ରୋଷେଇ ଶାଳ, ବିଶ୍ରାମଗାର ସହ ସମ୍ପୂର୍ଣ ଉନ୍ନତିକରଣ ପାଇଁ ଅନୁଦାନ ଦାବି । କୁସଙ୍ଗ ର ମାଁ କୁଶଙ୍ଗାଇ ଦେବିଙ୍କ ପୀଠ ଏବଂ ମନ୍ଦିର ଉନ୍ନତିକରଣ ପାଇଁ ଅର୍ଥ ଅନୁଦାନ ଦେବା ସଙ୍ଗେ  ବଲାଙ୍ଗିର ସହରର ୯ ଗୋଟି ମନ୍ଦିର କୁ ପର୍ଯ୍ୟଟନ ସ୍ଥଳି ମାନ୍ୟତା, ସର୍ବ ପୁରାତନ ଲୋକନାଥ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଦାବି କରାଯାଇଛି  । ବିଭିନ୍ନ ସମୟରେ ଗତ ୨୧.୦୯.୨୦୨୫ ଦିନ ପାଟଣେଶ୍ୱରୀ ଦେବିଙ୍କ ମୁଖ୍ୟ ପୀଠରେ ସେବାୟତ ଓ ଦେବାଳୟ ସୁରକ୍ଷା କମିଟି ମନ୍ଦିର ସୁରକ୍ଷା କୁ ନେଇ ଆଲୋଚନା ହୋଇଥିଲା । ଗତ ମାର୍ଚ୍ଚ ୩ ତାରିଖ ଦିନ ଦେବୋତ୍ତର ବିଭାଗ ଏକ କୋଟି ଟଙ୍କା ଉନ୍ନତିକରଣ ପାଇଁ ତତ୍‌କାଳିନ ଉପଜିଲ୍ଲାପାଳ ଙ୍କ ଜରିଆରେ ଉନ୍ନତିକରଣ ପାଇଁ ଆସିଥିବା ଚର୍ଚ୍ଚା ଥିଲା । ତେବେ ମନ୍ଦିରର ସେବାୟତ ଏ ଯାଏ କିଛି କାର୍ଯ୍ୟ ହୋଇନଥିବାରୁ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାବି କରି ଆସୁଥିଲେ ମଧ୍ୟ କିଛି କାର୍ଯ୍ୟ ହୋଇନଥିବାରୁ ଆଜି ଗାନ୍ଧୀ ନଗର ପଡା ମହାତ୍ମା ଗାନ୍ଧୀ ପ୍ରତିମୃର୍ତ୍ତିରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦେବାଳୟ ସୁରକ୍ଷା କମିଟି ନେତୃତ୍ୱରେ ସଭାପତି ଜୟକୃଷ୍ଣ ମିଶ୍ର, ଦୁର୍ବାଦଳ ମହାକୁର, କମିଟିର ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥି, ରିଣ୍ଟୁ ସାହୁ, ଶୁଶାନ୍ତ ପ୍ରଧାନ ଓ ମହେନ୍ଦ୍ର ପ୍ରଧାନ ସାମିଲ ଥିଲେ । ଜିଲ୍ଲାପାଳଙ୍କୁ ଏକ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ