ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜ୍ ଦେବତାଙ୍କ ପୂଜା ମହୋତ୍ସବ
ଆସିକା (ୱାଇଏନ୍ଏସ୍): ଆସିକା ଏନ୍ଏସି ଅଧୀନସ୍ଥ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ କଳିଙ୍ଗ ବୈଶ୍ୟ ଆସିକା ଷଷ୍ଠ ସଂଘ ଏବଂ ମହିଳା ଷଷ୍ଠ ସଂଘ ଓ କଳିଙ୍ଗ ବୈଶ୍ୟ ଯୁବକ ଷଷ୍ଠ ସେବା ସଂଘର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଥର ପାଇଁ ଜଗତ କଲ୍ୟାଣ ଓ ପରିବାରର ସୁଖ ସମୃଦ୍ଧି ସକାଶେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହିଳାଙ୍କ ଉପସ୍ଥିତିରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜ୍ ଦେବତାଙ୍କ ନୋମୁ ବ୍ରତ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଅଞ୍ଚଳର ବିଦ୍ୱାନ ପଣ୍ଡିତ ବି.ସୂର୍ଯ୍ୟନାରାୟଣ ମୁର୍ତ୍ତିଙ୍କ ମନ୍ତ୍ରୋଚାରଣରେ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା ବେଳେ ବ୍ରତ ଉପଦେଶ ଗ୍ରହଣ କରିଥିବା ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ନିଜ ପରିବାରର ସୁଖ ସମୃଦ୍ଧି ତଥା ଜଗତ କଲ୍ୟାଣ ପାଇଁ ଭଗବାନ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜ୍ ଦେବତାଙ୍କୁ ଆଶୀର୍ବାଦ ପ୍ରାପ୍ତ ସାଙ୍ଗକୁ ପୂଣ୍ୟ ଫଳ ପ୍ରାପ୍ତି ପାଇଁ ନିଷ୍ଠାର ସହ ପୂଜାର୍ଚ୍ଚନାରେ ଦୀର୍ଘ ସମୟ ନିମଗ୍ନ ରହିଥିବା ଦେଖିବାକୁ ମିଳିଥିଲା । କଳିଙ୍ଗ ବୈଶ୍ୟ ଆସିକା ଷଷ୍ଠ ସଂଘର ସଭାପତି କିଶୋର କୁମାର ପାତ୍ର ଓ ସଂପାଦକ ପି.ବାଲାଜୀ କୁମାର ପାତ୍ର ଏବଂ କୋଷାଧ୍ୟକ୍ଷ ଡି.ଦ୍ୱାରିକାନାଥ ପାତ୍ରଙ୍କ ଦିଗ୍ଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ କଳିଙ୍ଗ ବୈଶ୍ୟ ଆସିକା ଷଷ୍ଠ ଯୁବ ସେବା ସଂଘର ସଭାପତି ପି.ଗିରି ପାତ୍ର, ସଂପାଦକ ପି.ରାହୁଳ କୁମାର ପାତ୍ର, ଉପସଭାପତି ପି.ଜିତେଶ୍ କୁମାର ପାତ୍ର, କୋଷାଧ୍ୟକ୍ଷ ପି.କିରଣ କୁମାର ପାତ୍ର, ଯୁଗ୍ମ ସଂପାଦକ ଡି.ସନ୍ତୋଷ କୁମାର ପାତ୍ର ଓ କଳିଙ୍ଗ ବୈଶ୍ୟ ଷଷ୍ଠ ମହିଳା ସଂଘର ସଭାନେତ୍ରୀ ପି.ରାଧାରାଣୀ ପାତ୍ର, ସଂପାଦିକା ପି.ଶିଳ୍ପାରାଣୀ ପାତ୍ର, କୋଷାଧ୍ୟକ୍ଷା ଡି.ସ୍ୱର୍ଣ୍ଣ କୁମାରୀ ପାତ୍ରଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ସକ୍ରିୟ ସହଯୋଗ କରିଥିଲା ବେଳେ ଭଂଜନଗର, କୁଲାଡ, ବଡଗଡ, ବ୍ରହ୍ମପୁର, ଶେରଗଡ, ଭୁବନେଶ୍ୱର, ଆସିକା, ପାଟଣାଗଡ, ବୁର୍ଲା, ତୁଳସୀପଲ୍ଲୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜ୍ ଦେବତାଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।


