ନାଉଗାଁ ବ୍ଲକରେ ଶେଷ ହେଲା ଅନ୍ତିମ ପର୍ଯ୍ୟାୟ ପ୍ରବୋଧନ ପ୍ରଶିକ୍ଷଣ
ନାଉଗାଁ, (ଓ୍ବାଇଏସଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଡେରିକିସ୍ଥିତ କସ୍ତୁରବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ପ୍ରବୋଧନ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି। ଏହି ଶିବିର ଗତ ୧୬ ତାରିଖରୁ ଆରମ୍ଭ ହୋଇ ୫ଦିନ ଧରି ଚାଲିଥିଲା। ଗଙ୍ଗଦାହାଟ ସିଆରସିସି ପିତାମ୍ବର ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ ବ୍ଲକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ବଡପଣ୍ଡା ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ପ୍ରଶିକ୍ଷକ ଭାବେ ନରେଶ ଚନ୍ଦ୍ର ସାହୁ ଓ ମନୋରଞ୍ଜନ ଦାସ ପ୍ରଶିକ୍ଷଣ ଦେଉଥିବା ବେଳେ ସିଆରସିସି ସରୋଜିନୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ମୋଟ ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ। ଏହି ଶିବିରରେ ଜାତୀୟ ଶିକ୍ଷା ନୀତି -୨୦୨୦ ଅଧାରରେ ପ୍ରସ୍ତୁତ ଓଡିଶା ପାଠ୍ୟକ୍ରମ ରୂପରେଖ-୨୦୨୫ର ବିଭିନ୍ନ ଦିଗ ସହ ନୂତନ ପାଠ୍ୟପୁସ୍ତକର ସଫଳ ସଂଚାଳନ ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା।ଶେଷ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସମାପ୍ତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶିକ୍ଷଣ ଶିବିରର ସଫଳତା ପାଇଁ ବ୍ଲକ ଶିକ୍ଷାଧିକାରୀ ବଡପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହାର ସଫଳ ପ୍ରୟୋଗ ପାଇଁ ଚେଷ୍ଠାରତ ହେବେ ବୋଲି ମତପ୍ରକାଶ କରିଛନ୍ତି।


