ଗଣେଶ ମନ୍ଦିରରେ ରହିଛି ବିଶ୍ୱାସ ଓ ଭକ୍ତିର ଜୀବନ୍ତ ପ୍ରତିମା :ଆଜି ବି ଲୋକକଳା ଉଜ୍ଜୀବିତ
କାକଟପୁର /ଅସ୍ତରଙ୍ଗ :-(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଥିବା ଗଣେଶ ମନ୍ଦିର। ବହୁ ପୁରାତନ କାଳରୁ ରହିଛି ବିଗ୍ନରାଜ ଙ୍କ ପ୍ରତିମା। ବିଶ୍ୱାସ ଓ ଭକ୍ତିର ଜୀବନ୍ତ ପ୍ରତିମା। ଏହି ମନ୍ଦିରରେ କେଉଁ ଆବାହମାନ କାଳରୁ ବିଗ୍ନ ବିନାଶନ ପ୍ରଭୁ ଗଜାନନ ବିଦ୍ୟ ମାନ। ଏହାର ପ୍ରସିଦ୍ଧି ଗଣେଶ ଚତୁର୍ଥୀ ରେ ଏଠାରେ ଲାଗେ ଶ୍ରଦ୍ଧାଳୁ ଙ୍କ ଭିଡ଼। କାରଣ ବିଶ୍ୱାସ ଅଛି ବାବା କରନ୍ତି ମନ ବାଞ୍ଛା ପୂରଣ। ଅସ୍ତରଙ୍ଗ ଓ ଆଖପାଖ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ଗଣେଶ। ଭଗବାନ କୁ ନେଇ ରହିଛି ଭକ୍ତଙ୍କ ପ୍ରଗାଢ଼ ବିଶ୍ୱାସ। ସେ ନୂଆ ଗାଡି କିଣା ହେଉ ଅବା ଅନ୍ୟ କିଛି ପ୍ରଥମେ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଥିବା ଗଣେଶ ମନ୍ଦିର ରେ ପୂଜା କରିଥାନ୍ତି। ନବରାତ୍ରି, ରାମ ନବମୀ, ଦଶହରା ଏବଂ ଦୀପାବଳି ଭଳି ସ୍ୱତନ୍ତ୍ର ମୁହୂର୍ତ୍ତରେ ଯାନବାହନ ପୂଜା ପାଇଁ ଭିଡ଼ ଜମେ।ଚଳିତ ବର୍ଷ ପବିତ୍ର ଗଣେଶ ପୂଜାରେ ସ୍ୱତନ୍ତ୍ର ପୂଜା ହେବା ପରେ ପ୍ରତିବର୍ଷ ଭଳି ଗଣପତି ୟୁଥ କ୍ଳବ ତରଫରୁ ଲୋକକଳା କୁ ଉଜ୍ଜୀବିତ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଲୋକକଳା ପାଲା ହେଉଛି ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସର୍ବ ପୁରାତନ ଝଲକ। ସାମାଜିକ ସଚେତନତାର ମାଧ୍ୟ୍ୟମ।ଆଧୁନିକ ଚାକଚକ୍ୟ ରେ ହଜି ଯିବାକୁ ବସିଥିବା ଲୋକକଳା ପାଲା, ଗୋଟିପୁଅ, ଓଡିଶୀ କୁ ବଞ୍ଚାଇ ରଖିବାକୁ ଗଣପତି ଯୁବକ ସଙ୍ଘ ତରଫରୁ ପ୍ରତିବର୍ଷ ଗଣେଶ ଚତୁର୍ଥୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ମଙ୍ଗଳବାର ଶେଷ ସନ୍ଧ୍ୟା ରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଣପତି ୟୁଥ କ୍ଲବ ର ପାଖାପାଖି ୫୦ରୁ ଉର୍ଦ୍ଧ ସଦସ୍ୟ ଙ୍କ ସହଯୋଗ ରେ ଲୋକକଳା କୁ ବଞ୍ଚାଇ ରଖିବାକୁ ପ୍ରତିବର୍ଷ କରୁଛନ୍ତି ପାଲା ମହୋତ୍ସବ।