ବିଭିନ୍ନ ଦାବୀ ନେଇ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଧାରଣା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ତଥା ବନ୍ତ ବ୍ଲକ ଓଷ୍ଟା ଆୟୋଜନରେ ଆଜି ବିଭିନ୍ନ ଦାବୀ ନେଇ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ । ସେମାନଙ୍କ ଦାବୀ ଗୁଡିକ ମଧ୍ୟରେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଗ୍ରେଡପେରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ ଓ ଶିକ୍ଷକ ନିଯୁକ୍ତି, ୨୦୦୪ରୁ ୨୦୨୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଏବଂ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମର ପୁନଃ ପ୍ରଚଳନ ଆଦି ଅନ୍ତର୍ଭୁକ୍ତ ଥିଲା । ଏହି ଧାରଣା ଓ ପ୍ରତିବାଦ ସଭାରେ ବ୍ଲକ ଓଷ୍ଟା ସଭାପତି ନାରାୟଣ ଚନ୍ଦ୍ର ସାମଲ, ସମ୍ପାଦକ ସନ୍ତୋଷ କୁମାର ଜେନା, ଅଲୋଷ୍ଟା ଜିଲା ସହ ସମ୍ପାଦକ ପ୍ରଣୟ ସିଂହ, ରାଜ୍ୟ ସଂସ୍କୃତ ବିଦ୍ୟାଳୟ ସଂଘ ସମ୍ପାଦକ ହରେକୃଷ୍ଣ ପାଣିଗ୍ରାହୀ, ଆଲୋକ ମୁଖାର୍ଜୀ, ଗୟାଧର ଦାସ, ଧିରେନ୍ଦ୍ର ଷଡଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର କର, ଅନନ୍ତ ଜେନା, ଜଗନ୍ନାଥ ଦ୍ୱିବେଦୀ, ଶରତ ପାଣିଗ୍ରାହୀ, ନିତ୍ୟାନନ୍ଦ ରାଉତ, ଉର୍ମିଳା ଜେନା, ପ୍ରତିମା ଭୂୟାଁ, ଦୀଲିପ ଜେନା, ରମେଶ ବେହେରା, ଆଲୋକ ପ୍ରଧାନ, କିଶୋର ନାୟକ, ପଦ୍ମନାଭ ବେହେରା, ନିରଞ୍ଜନ ଜେନା, ସୁଧାକର ପଣ୍ଡାଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ । ଶେଷରେ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ