ପଥର ଖାଦାନ ବନ୍ଦ ପାଇଁ ଧାରଣା ୫ମ ଦିନରେ : ଧାରଣାରେ ସାମିଲ ହେଲେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ

ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଚାଂୟତ ଅଧିନ ଝରପୋଖରୀ ଗ୍ରାମବାସୀ ମାନେ ପଥର ଖାଦାନ ବନ୍ଦ ଦାବୀ ନେଇ ଦେଇଥିବା ଧାରଣା ଆଜି ପଚଂମ ଦିନରେ ପହଂଚିଛି । ଆଜି ଛୋଟ ଛୋଟ ସ୍କୁଲ ଛାତ୍ର/ଛାତ୍ରୀ ଏବଂ କଲେଜ ଛାତ୍ର/ଛାତ୍ରୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ସେମାନେଙ୍କ ଗୋଟିଏ ଦାବୀ ପଥର ଖାଦାନ ବନ୍ଦ ହେଉଁ, ମରିବୁ ପଛେ ହଟିବୁ ନାହିଁ, ଯେତେ ଦିନ ପ୍ରର୍ଯ୍ୟନ୍ତ ପ୍ରଶାସନ ଏହି ପଥର ଖାଦାନ ବନ୍ଦ ହୋଇନାହିଁ ସେତେଦିନ ପ୍ରର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଏପରିକି ବର୍ଷା ହେଉଥିବାରୁ ଟେଂଟ ତଳେ ବସି ମଧ୍ୟ ଶତାଧିକ ମହିଳା,ପୁରୁଷ ଓ ଛୋଟ ଛୋଟ ପିଲାମାନେ ଏହି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଆଜି ଘଟଣା ସ୍ଥଳରେ ପହଂଚିଥିଲେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି,କନିଷ୍ଠ ଖଣି ଅଧିକାରୀ ଦୀପକ ଜେନା ଓ ପୁଲିସ କର୍ମଚାରୀ । ଏହି ଆନ୍ଦୋଳନ ବନ୍ଦ ପାଇଁ ଅନୁରୋଧ କରିଥିଲେ ଏବଂ ସେମାନେ ପ୍ରଥମ ଦିନରେ ଯେଉଁ ତଦନ୍ତ କରିଥିଲେ ତାହାର ରିର୍ପୋଟ ଉପଜିଲାପାଳଙ୍କ ମଧ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ଗ୍ରାମବାସୀମାନେ ଯେଉଁ ଦିନ ଏହି ଖାଦାନ ବନ୍ଦ କରାଯିବ ବୋଲି ଲିଖିତ ପ୍ରତିଶୃତି ମିଳିବ ନାହିଁ ସେତେଦିନ ପ୍ରର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ରୋକଠକ ଶୁଣାଇଥିଲେ ଏପରିକି ଲିଜଧାରୀ ଜଣକ ଗ୍ରାମବାସୀଙ୍କୁ ଧମକ ଦେଉଥିବା କହିଥିଲେ । ଗତକାଲି ରାତ୍ରରେ ପ୍ରବଳ ବର୍ଷା ସ୍ୱତେ ଧାରଣା ଜାରି ରହିଥିଲା ବେଳେ ଝରପୋଖରୀ ଗ୍ରାମର ଦୀପକ ପ୍ରଧାନ ଅସୁସ୍ଥ ହୋଇପଡିଥିଲେ । ଏପରିକି ରାତ୍ର ସମୟରେ ସେଠାରେ ରୋଷେଇ କରି ଖାଇ ଧାରଣା ଜାରି ରଖିଛନ୍ତି । ଆନ୍ଦୋଳନ ପାଇଁ ସେଠାରେ ପଥର ଖାଦାନ ବନ୍ଦ ରଖିବାକୁ ଖଣି ବିଭାଗ ପକ୍ଷରୁ ଲିଜ ଧାରୀକୁ କୁହାଯାଇଛି ବୋଲି କନିଷ୍ଠ ଖଣି ଅଧିକାରୀ ଦୀପକ ଜେନା ସୂଚନା ଦେଇଛନ୍ତି । ଲିଜ ଧାରୀ କେତେ ପରିମାଣର ଖାଦାନ କରିଛି ତାହାର ତଦନ୍ତ କରାଯିବ ବୋଲି କହିଥିଲେ । ସୂଚନା ଥାଉକି  ଜୈନିକ ବ୍ୟକ୍ତି  ପଥର ଖାଦାନ ପାଇଁ ଲିଜ ନେଇଥିଲେ ବି ଅହରହ ପଥର ଫୁଟେଇବା ସହ ଘରର କାନ୍ଥ ଫାଟୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମର ରାସ୍ତା ମଧ୍ୟ ନଷ୍ଟ ହେବାସହ ଯାତାୟତ ବେଳେ ଭୟ ମଧ୍ୟ ଲାଗୁଛି ବୋଲି କହିଛନ୍ତି । ତେଣୁ ଲିଜ ନେଇଥିବା ବ୍ୟକ୍ତିଙ୍କ ତୁରନ୍ତ ଲିଜ ବାତିଲ କରିବା ଦାବୀ ହୋଇଛି । ଏହି ବନ୍ଦ ଦାବୀ ନେଇ ବହୁବାର ଜିଲାପ୍ରଶାସନକୁ ଅବଗତ କରାଇଥିଲେ କିନ୍ତୁ ସେମାନଙ୍କ ଦାବୀ କେହିହେଲେ ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ମାନେ ନିଜ ଘରେ ତାଲା ପକାଇ ଏଠାରେ କୁଆଁରି ବନ୍ଦ ଦାବୀ ନେଇ ଚଳିତ ମାସ ୯ ତାରିଖରୁ ଏହି ଧାରଣାରେ ବସି ରହିଛନ୍ତି । ଯେଉଁ ପ୍ରର୍ଯ୍ୟନ୍ତ ଦାବୀପୂରଣ ହେବନାହିଁ ଏହି ଧାରଣା ଜାରି ରହିବ ବୋଲି କହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ