ପ୍ରଫେସର. ରାମଚନ୍ଦ୍ର ନାୟକଙ୍କ ପରଲୋକ
ବାଲେଶ୍ବର(ସରୋଜ ପଣ୍ଡା): ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ୍ୟ ତଥା ଗଣିତଜ୍ଞ ପ୍ରଫେସର ରା଼ମଚନ୍ଦ୍ର ନାୟକଙ୍କ ୮୩ ବର୍ଷ ବୟସରେ ବାଲେଶ୍ୱର ବସଭବନ ଠାରେ ପରଲୋକ ହୋଇଯାଇଛି.ପ୍ରଫେସର ନାୟକଙ୍କ ମୃତ୍ୟୁ ଶିକ୍ଷା ଓ ବୁଦ୍ଧିଜୀବୀ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ତାଙ୍କର ଶୁଭେଛୁ ମାନେ ପ୍ରକାଶ କରିଛନ୍ତି.ମୃତ୍ୟୁ ସମୟରେ ତାଙ୍କ ପାଖରେ ଏକମାତ୍ର ପୁତ୍ର ବସନ୍ତ ଓ ତିନି କନ୍ୟା ଜ୍ୱାଇଁ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ.ତାଙ୍କର ଶେଷକୃତ୍ୟ ନିଜ ଗାଁ ବେତଡା ନିକଟସ୍ଥ ଚାଲୁଣୀଗାଁ ଠାରେ ସମ୍ପନ୍ନ ହୋଇଛି.


