ଶ୍ରୀରାମଙ୍କ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ
କୋଣାର୍କ ( ଗଣେଶ ଚନ୍ଦ୍ର ବେହେରା) ପ୍ରଭୁ ଶ୍ରୀରାମ ଏବଂ ଭକ୍ତ ହନୁମାନ ଙ୍କ ‘ଶ୍ରୀରାମ ନବମୀ ଶୋଭାଯାତ୍ରା ସମିତି’ ପକ୍ଷରୁ ଆୟୋଜିତ ଏକ ବିସର୍ଜନ ଶୋଭାଯାତ୍ରା ନୟାଗଡ଼ ଜିଲ୍ଲା ରଣପୁର ଏନ୍ ଏସି ରୁ ବାହାରି ୧୧୫ କିଲୋମିଟର ପର୍ଯ୍ୟନ୍ତ କୋଣାର୍କ ଏନ୍ ଏ ସି ଜୁଣେଇ ବଜାର ଠାରେ ରାମଙ୍କ ଶୋଭାଯାତ୍ରା ପହଁଚିଥିଲା । ସହରର ରାଜରାସ୍ତା ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ବହୁ ପାରମ୍ପାରିକ ବାଦ୍ୟରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ ଏବଂ ହନୁମାନ ଦେଖିବାକୁ ମିଳିଥିଲେ । ସହରର ବିଭିନ୍ନ ଅଞ୍ଚଳ ଦେଇ ଯାଉଥିବା ଏହି ଶୋଭାଯାତ୍ରାକୁ ଛକ ଛକରେ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବିସର୍ଜନ ଶୋଭାଯାତ୍ରା ଜୁଣେଇ ଛକଠାରୁ ଆରମ୍ଭ ହୋଇ ଚଂଦ୍ରଭାଗା ତ୍ରିଥରେ ପହଞ୍ଚି ଠାକୁରଙ୍କ ମୃତ୍ତିକୁ ବିସର୍ଜନ କରାଯାଇଥିଲା । ଶୋଭାଯାତ୍ରା କୁ କୋଣାର୍କ ମା ତାରିଣୀ ରାଣୀହାଟ ସାହି ଯୁବକ ସଂଘର ସଭାପତି ସୁରଜିତ୍ ରାଉତରାୟ , ସମ୍ପାଦକ ଗଣେଶ ଚନ୍ଦ୍ର ବେହେରା , ଜୁଣେଇ ଗ୍ରମାର ତନୁଜ ରାଉତରାୟ , ଟିକିନି ରାଉତରାୟ , ଭିକି ପାଲ , ପ୍ରମୁଖ ସ୍ବାଗତ ଜଣାଇଥିଲେ । ନୟାଗଡ଼ ଜିଲ୍ଲା ରଣପୁର ଏନ୍ ଏ ସି ର ଅଶୋକ କୁମାର ତୋଟାଳ ସଦସ୍ୟ ଶକ୍ତି ରଂଜନ ରାୟ , ବିକାସ ସେନାପତି , ସତ୍ୟ ସହିଲ୍ ମହାପାତ୍ର , ସୂର୍ୟ କାନ୍ତ ପ୍ରଧାନ ,କୈଳାସ ପ୍ରଧାନ , କାହୁଁ ଚରଣ ପ୍ରଧାନ , ରାହୁଲ ଦାସ , ରାକେଶ ସାହୁ , ହାପି ନାୟକ ସମେତ ୮୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମାନେ ଏହି ବିସର୍ଜନ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।