ଜଳଛତ୍ର ଉଦଯାପିତ

ଭୁବନେଶ୍ୱର (ଓ୍ବାଇଏନଏସ):ମହାବୀର ଜୟନ୍ତୀଠାରୁ ଚାରିଦିନ ବ୍ୟାପି ଚିନ୍ତାମଣିଶ୍ୱରର ଶିବମ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ମଦନ ମୋହନ ପାଢ଼ୀଙ୍କ ତତ୍ତ୍ୱlବଧାନରେ “ଜଳସେବା” କାର୍ଯ୍ୟକ୍ରମ ଉଦଯାପନ ହୋଇଯାଇଛି l. ଗ୍ରୀଷ୍ମ ଦିନରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି 2021 ମସିହାଠାରୁ ଶିବମ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜଳସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି l ଦିନ 10 ଟାରୁ 4 ଟା ଯାଏଁ ଛାତ୍ରଛାତ୍ରୀମାନେ ପଥଚାରୀଙ୍କୁ ଦହିପାଣି, ବେଲପଣା, ପୁଦିନା ପାଣି, ମିଶ୍ରି ପାଣି ଆଦି ଜଳ ପ୍ରଦାନ କରି ତୃଷାର୍ତ୍ତଙ୍କ ଶୋଷ ମେଣ୍ଟାଇବା ପାଇଁ ଚେଷ୍ଟା କରିଥିଲେ l ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମକୁ ପଥଚାରୀ ସମେତ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା l ଉଦଯାପନୀ ଦିବସରେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ ଓ ମୁଗୁପୁର ସମାଚାରର ମୁଖ୍ୟ ସଂଯୋଜକ ଜନ୍ମେଜୟ ଓଝା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ୍ୟା ଶଶୀରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ