ଦିଗପହଣ୍ଡିରେ ପରାକ୍ରମ ଶୋଭାଯାତ୍ରା

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ  ତ୍ରିରଙ୍ଗା ପରାକ୍ରମ ବାଇକ ଶୋଭାଯାତ୍ରା ଗୁରୁବାର ଆୟୋଜିତ ହୋଇଯାଇଛି।ଭାରତୀୟ ସେନାର ମନୋବଳ ବୃଦ୍ଧି ତଥା ଅପରେସନ ସିନ୍ଦୁରରେ ସାମିଲ ହୋଇଥିବା ବୀର ଯବାନଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆୟୋଜିତ ଏହି ବାଇକ ଶୋଭାଯାତ୍ରାରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ, କାଉନସିଲର ଦୀପକ କୁମାର ମିଶ୍ର ଙ୍କ ସମେତ ଅନ୍ୟ କାଉନସିଲର ବୃନ୍ଦ ଓ ଏନ୍ଏସି କର୍ମଚାରୀ ବୃନ୍ଦ , ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଦିଗପହଣ୍ଡି  ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର, ଏସଆଇ ଜ୍ଯୋତି ରଞ୍ଜନ ବେହେରା, ଦୁଷ୍ମନ୍ତ କୁମାର ପ୍ରଧାନ, ବ୍ଲକ ଜିପିଇଓ ଉମେଶ ସେଠୀଙ୍କ ସମେତ ସହରର ସହସ୍ରାଧିକ ଜନତା ସାମିଲ ହୋଇଥିଲେ।ଏହି ଶୋଭାଯାତ୍ରା ସ୍ଥାନୀୟ ସନ୍ଥ ଅରକ୍ଷିତ ଦାସ ବସଷ୍ଟାଣ୍ଡ ଠାରୁ ବାହାରି ନଗର ପରିକ୍ରମା କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ