ରେଳବାଇ ଓଭରବ୍ରିଜ୍ ରାସ୍ତା ଶୋଚନୀୟ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାସପଙ୍ଗା-କଣ୍ତରାପୋଶି କିଡକୋ ରୋଡ କଣ୍ତରାପୋଶି ରେଳବାଇ ଓଭରବ୍ରିଜ୍ ରାସ୍ତା ଶୋଚନୀୟ ହୋଇପଡିଛି।ଭାରୀଯାନ ଯାତାୟତ କରିଵା ଯୋଗୁଁ ସ୍ଥାନେ ସ୍ଥାନେ ବଡବଡ ଖାଲଖମାର ସୃଷ୍ଟି ହୋଇଛି।ସାମାନ୍ୟ ଅସରାଏ ବର୍ଷା ହେଲେ ପାଣି କାଦୁଅ ଭର୍ତ୍ତି ହୋଇ ଯାଉ ଥିବାବେଳେ ରାସ୍ତାରେ ପୋଖରୀ ଭ୍ରମ ସୃଷ୍ଟି କରୁଛି।ଫଳରେ ସାଧାରଣ ଚଲାପାଦ ବ୍ୟବହାର କରିବା କଷ୍ଟକର ହୋଇ ପଡୁଛି।ଏହାଛଡା ଗୁରୁତର ରୋଗୀ ଙ୍କୁ ମେଡିକାଲ ନେବାକୁ ୧୦୮ଆମ୍ବୁଲାନ୍ସ ଏହି ରାସ୍ତା ଦେଇ ଯାଆସ କରିନପାରି ନାକେଦମ୍ ହେଉଛି।ସ୍କୁଲ କଲେଜ ଛାତ୍ରଛାତ୍ରୀ ସମେତ ସାଧାରଣ ଲୋକେ ଯାତାୟତରେ ବହୁକଷ୍ଟ ଭଗୁଛନ୍ତି।ବହୁଦିନ ଧରି ରାସ୍ତା ଦୂରାବସ୍ଥା ପାଲଟିଥିଲେ ହେଁ ପ୍ରଶାସନର ଦୃଷ୍ଟି ଅଢୁଆଳରେ ରହିଯାଇଛି।କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିଵାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ତୁରନ୍ତ ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆଯିଵାକୁ ସାଧାରଣ ଦାବି ହେଉଛି।