ରାସ୍ତାର ଅବସ୍ଥା ଶୋଚନୀୟ: ଅଳ୍ପକେ ବର୍ତିଲେ ପରିବାର ଲୋକ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଯାନ ବାହାନା ଚଲାଳରେ ବ୍ୟାଘାତ ସୃଷ୍ଟି ହୋଇଛି।  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତା ନିକଟରୁ ଖସିଗୁଡ଼ାର,ଶିରିପୁର,ପରିଡିଗୁଡା,ମେଡିନିସାହି ଓ ବଡ଼ ତୋଡ୍ରା ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡିଥିବାରୁ ଏହି ରାସ୍ତାରେ ଯାତାୟାତ ପାଇଁ ଲୋକେ ବିପଦ ମଣୁଛନ୍ତି। ଏହି ରାସ୍ତା ରାୟଗଡ଼ା ଓ କଲ୍ୟାଣସିଂହପୁର  ରାଜ୍ୟ ରାଜପଥ କୋଡ଼ରେ ଥିବା ଖସିଗୁଡ଼ାର ଗାଁ ରୁ ବଡ଼ ତୋଡ୍ରା ଗାଁ କୁ ଯାଇଥିବା ରାସ୍ତା । ପ୍ରାୟ ୨ କିଲୋ ମିଟର ହେବ । ସ୍ୱାଧୀନତାର ସାତ ଦଶନ୍ଦି ଠାରୁ ଆଜି ଯାଏଁ ରାଜନୈତିକ ଅଭିସନ୍ଦିରେ ଅଟକି ଯାଇଛି । ଠିକା କାମକୁ ନେଇ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚୁପ ବସିବା ଦୁର୍ଭାଗ୍ୟ ଜନକ ବୋଲି କାମସିଙ୍ଗି ତିମାକା,ସୁବାଷ ତିମାକା,ଶଙ୍କର ନିଶିକା,ଦମ୍ବୁରୁଧର ନାଚିକା,ସିରିପତି କାଡ୍ରାକା ଓ ରିତା କାଡ୍ରାକା ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ବର୍ଷା ଟିକିଏ ହେଲେ ସାମାନ୍ୟ ରୋଗୀ ତଥା ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଉଥିବା ଗର୍ଭବତୀ ରୋଗୀ ଙ୍କୁ ବୋହି ଆଣିବା ନଜର ରହିଛି । ଆଜି ଏକ ଟାଟାମେଜିକ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା ତଳକୁ ଖସି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ଗାଡ଼ିରେ ପରିବାର ଲୋକ ଅନ୍ୟତ୍ର ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ସେଥିରେ ବସିଥିବା ଲୋକ ଅଳ୍ପକେ ଵର୍ତ୍ତି ଯାଇଥିଲେ। ଦିନ ସମୟ ହୋଇଥିବାରୁ କିଛି ଲୋକ ଦେଖି ଦୌଡି ଆଡି ଗାଡିକୁ ଉଠାଇବାରୁ ଅଲ୍ପକେ ବର୍ତ୍ତିଯାଇଛନ୍ତି | ଖରାଦିନେ ବଡ଼ ବଡ଼ ଖାଲ ଢ଼ିପ ଓ ବର୍ଷା ଦିନେ ଖାଲ ସାଙ୍ଗକୁ କାଦୁଅ ପଚପଚ ଯୋଗୁଁ ଲୋକେ ଯାତାୟାତ କରିବାରେ କଷ୍ଟ ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି | ଏଣୁ ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ଆର ଡି ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି  କାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ