୧୦ ଲକ୍ଷ ରୁ ଅଧିକ ଟଙ୍କାର ଜବତ ବାଣକୁ କରାଗଲା ନଷ୍ଟ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଥାନାପକ୍ଷରୁ ଗତକାଲି ସୁନ୍ଦରପୁର ଗ୍ରାମରୁ ୧୦ ଲକ୍ଷ ରୁ ଅଧିକ ଟଙ୍କା ର ବାଣ କୁ ଜବତ କରିଥିବା ବେଳେ ଆଜି ତାହାକୁ ନଷ୍ଟ କରିଦିଆଯାଇଛି,   ଆଇନଗତ ବ୍ୟବସ୍ଥାର କଡ଼ାକଡ଼ି ପାଳନ କରି ଏବଂ କୋର୍ଟଙ୍କଠାରୁ ଆବଶ୍ୟକୀୟ ନିର୍ଦ୍ଦେଶ ପାଇବା ପରେ, ବୋମା ସ୍କ୍ୱାର୍ଡ, ମାଜିଷ୍ଟେଟ, ଫାୟାର କର୍ମଚାରୀ, ଡାକ୍ତର ଏବଂ ପୋଲିସ କର୍ମଚାରୀ ଙ୍କ ଉପସ୍ଥିତ ରେ ପାଲୁର ନିକଟ ଫାୟାର ରେଞ୍ଜ ଜଙ୍ଗଲ ରେ ଜବତ ହୋଇଥିବା ବାଣ କୁ  ପୋଡି ତାହା ଉପରେ ପାଣି ପକାଇ ଖାଲ କରି  ପୋତି ନଷ୍ଟ କରି ଦିଆଯାଇଛି ବୋଲି ଛତ୍ରପୁର ଥାନା ଅଧିକାରୀ ସବ୍ୟ ସାଚୀ ମଲ୍ଲ ସୂଚନା ଦେଇଛନ୍ତି।  ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନର ପାଳନ ସୁନିଶ୍ଚିତ କରିବା ପାଇଁ ଏହା କରାଯାଇଥିଲା। ଏଥିରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟ ସାଚୀ ମଲ୍ଲ, ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ସୂଚନା ଯୋଗ୍ୟ ଯେ  ବୁଧବାର ଛତ୍ରପୁର ଥାନା ପୁଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ଉ କରି ସୁନ୍ଦରପୁର ଗ୍ରାମ ଟାୱାରସାହିର  ତିନୋଟି ଘରୁ ବେଆଇନ ଗଛିତ ଥିବା ବାଣ କୁ ଜବତ କରିଥିଲେ  l ଗୋଟିଏ ଘରର ତାଲା  ମଧ୍ୟ ଭଙ୍ଗାଯାଇଥିଲା l ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବ ଜଣା ପଡିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ