ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷ କୃତ୍ୟ ସମ୍ପନ୍ନ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଖୁଣ୍ଟାପଡା ଗ୍ରାମର ସି ଆର ପି ଏଫ ସବ ଇନ୍ସପେକ୍ଟର ବଳରାମ ବେହେରା(୫୭) ଜମ୍ମୁକାଶ୍ମୀର ର କିସ୍ତି ଓ୍ବାର୍ଡ ଜିଲାରେ କାର୍ଯ୍ୟରତ ଥିବା ସମୟରେ ହଠାତ ଅସୁସ୍ଥ ହୋଇଥିଲେ। ସହକର୍ମୀ ମାନେ ତାକୁ ସଙ୍ଗେ ସଙ୍ଗେ ସେନା ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ୫ ତାରିଖ ସନ୍ଧ୍ୟା ରେ ବୀର ଯବାନ ଙ୍କ ମୃତ୍ୟୁ ବରଣ କରିଥିଲେ। ସିଆରପିଏଫ୍ ଯବାନ ଙ୍କ ବିୟୋଗ ଖବର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଥିଲା। ସେ ୧୯୮୮ ମସିହା ମାର୍ଚ୍ଚ ୩ ରେ କାର୍ଯ୍ୟରେ ଯୋଗଦାନ କରି ସିଆରପିଏଫ ୫୨ ବାଟାଲିୟନ ରେ ୩୭ ବର୍ଷ ଧରି କାର୍ଯ୍ୟରତ ଥିଲେ। ବୀର ଯବାନ ବଳରାମ ଙ୍କ ମରଶରୀର ଜାମ୍ମୁ କାଶ୍ମୀର ରୁ ଭୁବନେଶ୍ବର ଆସିଥିଲା। ସେଠାରୁ ସିଆରପିଏଫ ଭ୍ୟାନ ରେ ଝୁମ୍ପୁରା ଥାନା ରେ ପହଞ୍ଚି ଥିଲା। ମଙ୍ଗଳବାର ସକାଳ ସମୟ ରେ ଝୁମ୍ପୁରା ଠାରୁ ମୃତ ବୀର ଯବାନ ଙ୍କ ମରଶରୀର ଖୁଣ୍ଟାପଡା ଗ୍ରାମକୁ ଆସିଥିଲା। ମରଶରୀର ଆସିବା ସମୟରେ ଅର୍ଶଳା, ଦୁର୍ଗାପୁର,ଅନ୍ଧାରିଖମଣ ଗ୍ରାମର ଜନ ସାଧାରଣ ବୀର ଯବାନ ଙ୍କ ଶେଷ ଦର୍ଶନ କରିବା କରିବା ସହିତ ମରଶରୀରେ କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଝୁମ୍ପୁରା ଠାରୁ ଖୁଣ୍ଟାପଡା ଆସିବା ମଧ୍ୟରେ ବଳରାମ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ବୀର ଯବାନ ଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶେଷ ଦର୍ଶନ କରିବା ପାଇଁ ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଶେଷ ଦର୍ଶନ କରିଥିବା ଦେଖିବାକୁ ମିଳିଛି। ପରିବାର ର ବିଧି ଅନୁଯାୟୀ କାର୍ଯ୍ୟ ସଂପାଦନ କରିବା ପରେ ମରଶରୀର କୁ ମଶାରୀ କୁ ନେଇ ଥିଲେ। ସେଠାରେ ସିଆରପିଏଫ ଯବାନ ମାନଙ୍କ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ସହିଦ ବଳରାମକୁ ରାଷ୍ଟିୟ ମର୍ଯ୍ୟାଦା ଦେବା ସମୟରେ ଉପସ୍ଥିତ ରହିଥିଲେ ସିଆରପିଏଫ ଡିଏସପି ଜଗନ ମୋହନ ରାଓ, ସବ ଇନ୍ସପେକ୍ଟର କିଶୋର ଲୁଗୁନ, ଝୁମ୍ପୁରା ବିଡ଼ିଓ ହୃଦାନନ୍ଦ ଅଢା, ଥାନା ଅଧିକାରିଣୀସୋମବାରୀ ହାଁସଦା, ଖୁଣ୍ଟାପଡା ସରପଞ୍ଚ ରସିକ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ