୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ହଦଗଡ଼ ବନାଞ୍ଚଳ ପକ୍ଷରୁ ଆଜି ଦିନ ଗୋଟାଏ ବେଳେ କାଠକଟା ବନପାଳ କାର୍ଯ୍ୟାଳୟ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଇଯାଇଛି। ଏଥିରେ ବନଖଣ୍ଡ ଅଧୂକାରୀ ପ୍ରଶାନ୍ତ କୁମାର ପଣ୍ଡା, ଏସି ଏଫ ଅଶୋକ କୁମାର ବିଶ୍ୱାଳ, ରେଞ୍ଜର ମାର୍ସଲ କିସ୍କୁ, ପ୍ରମୁଖ ଯୋଗଦେଇ ମଣିଷ ଓ ବନ୍ୟପ୍ରାଣୀ ଙ୍କ ମଧ୍ୟରେ କିପରି ସୁ ସମ୍ପର୍କ ରହିବ, ମଣିଷ ମାନେ ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାର କରିବେ ନାହିଁ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବନପାଳ ମଳୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାଠକଟା ବନପାଳ ଲଷ୍ମୀଧର କିସ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଣ୍ଟିପାଳ, ସୁଜୁନାପାଳ, କାଠକଟା, ବାହିଆ, ଆଦି ଗ୍ରାମର ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ।


