ପ୍ରଥମ ଥର ପାଇଁ ଗୋପାଳପୁର ବନ୍ଦରରେ ଥର୍ମାଲ୍ କୋଇଲା ରପ୍ତାନି

ଛତ୍ରପୁର, ୩ ଅଗଷ୍ଟ ୨୦୨୫: ଓଡିଶାର ଅନ୍ୟତମ ଗଭୀରତା ବିଶିଷ୍ଟ ତଥା ସବୁଦିନିଆ ଓ ଚବିଶ ଘଂଟା ପରିଚାଳିତ ହେଉଥିବା ଗୋପାଳପୁର ବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ପରିଚାଳନା ମାଇଲଖୁଂଟ ଅତିକ୍ରମ କରି ପ୍ରଥମ ଥର ପାଇଁ ଥର୍ମାଲ୍ କୋଲ୍ ରପ୍ତାନି ପରିବହନ ପରିଚାଳନା କରିଛି । ଏଥି ସହିତ ଗୋପାଳପୁର ବନ୍ଦର ଶକ୍ତି କ୍ଷେତ୍ରର ପଣ୍ୟ ପରିବହନରେ ପ୍ରବେଶ କରିଛି । ଏସ୍‌ଇଆଇଏଲ୍ ଏନର୍ଜି ଇଣ୍ଡିଆ ଲିମିଟେଡ୍ ଦ୍ୱାରା ପରିଚାଳିତ ଜାହାଜ ଏମ୍‌ଭି ପ୍ରୋପେଲ୍ ୱେଲ୍‌ଥ ପୋର୍ଟର ବର୍ଥରେ ଲଗାଯିବାପରେ କୋଇଲା ଲୋଡିଂ କରାଯାଇଥିଲା । ପ୍ରାୟ ୬୦,୦୦୦ ମେଟ୍ରିକ୍ ଟନ୍ ଥର୍ମାଲ୍ କୋଲ ମାତ୍ର ୨୪ ଘଂଟାରେ ଲୋଡ଼ କରାଯାଇଥିଲା ଯାହା ଗୋପାଳପୁର ପୋର୍ଟରେ ଗୋଟିଏ ଜାହାଜରେ ସର୍ବାଧିକ ଲୋଡ଼ିଂର ନୂତନ ରେକର୍ଡ ସ୍ଥାପନ କରିଥିଲା । ଗୋପାଳପୁର ପୋର୍ଟ ପ୍ରଥମ ଥର ପାଇଁ ଥର୍ମାଲ୍ କୋଲ୍ ରପ୍ତାନି ସିପ୍‌ମେଂଟ୍‌ରେ ସଫଳତା ଅର୍ଜନ କରିଛି ଯାହା ପୋର୍ଟର ବିଭିନ୍ନ ପ୍ରକାରର ପଣ୍ୟ ସିପ୍‌ମେଂଟ୍ ପାଇଁ ବଢ଼ୁଥିବା କ୍ଷମତାକୁ ପ୍ରତିଫଳିତ କରୁଛି । ଏହି ଉପଲକ୍ଷେ ଜାହାଜର କ୍ରୁ ସଦସ୍ୟ, ପୋର୍ଟର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ଟର୍ମିନାଲ କର୍ମଚାରୀମାନେ ଏହି ଐତିହାସିକ ଜାହାଜକୁ ସ୍ୱାଗତ ଜଣାଇବା ପାଇଁ ବର୍ଥରେ ଏକତ୍ରିତ ହୋଇଥିଲେ । ଆଦାନୀ ପୋର୍ଟସ୍ ଏବଂ ସ୍ପେସିଆଲ ଇକୋନୋମିକ୍  (ଏପିଏସ୍‌ଇଜେଡ୍‌) ଗୋପାଳପୁର ପୋର୍ଟ ଅଧିଗ୍ରହଣ କରିବାର ଏକ ବର୍ଷ ମଧ୍ୟରେ ଏହି ସଫଳତା ମିଳିଛି ଯାହା ଆଦାନୀ ଗ୍ରୁପ୍‌ର ପୂର୍ବ ଉପକୂଳରେ ଉପସ୍ଥିତି ବୃଦ୍ଧି ଏବଂ ସାରା ଭାରତରେ ମଲ୍‌ଟିମୋଡାଲ୍ ପଣ୍ୟ ସୁବିଧା ସମ୍ପ୍ରସାରଣ କରିବା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିଛି । ଏହି ସଫଳତା ସମ୍ପର୍କରେ ଗୋପାଳପୁର ପୋର୍ଟର ବ୍ୟବସାୟ ମୁଖ୍ୟ କହିଛନ୍ତି ଯେ, “ଏମ୍‌ଭି ପ୍ରୋପେଲ୍ ୱେଲ୍‌ଥରେ ସଫଳତାର ସହିତ ଥର୍ମାଲ୍ କୋଲ୍ ଲୋଡ଼ିଂ ଗୋପାଳପୁର ପୋର୍ଟ ପାଇଁ ଏକ ଗର୍ବର ମୁହୂର୍ତ ଏବଂ ଆମର ବିଭିନ୍ନ ପ୍ରକାରର ପଣ୍ୟ ପରିଚାଳନା କରିବାର ଏକ ପ୍ରମାଣ । ଏସ୍‌ଇଆଇଏଲ୍ ଏନର୍ଜି ଇଣ୍ଡିଆ ଲିମିଟେଡ୍ ଗୋପାଳପୁର ପୋର୍ଟକୁ ଏକ ଲଜିଷ୍ଟିକ୍ ସହଯୋଗୀ ଭାବରେ ଚୟନ କରିଥିବାରୁ ଆମେ କୃତଜ୍ଞ । ଏହି ସଫଳ କ୍ରିୟାନ୍ୱୟନ ବନ୍ଦରର ସୁଦୃଢ଼ ମୌଳିକ ସୁବିଧା, ଉନ୍ନତ ଉପକରଣ ପରିଚାଳନା ବ୍ୟବସ୍ଥା ଏବଂ ଉଚ୍ଚ ଦକ୍ଷତା ଟର୍ନଆରାଉଣ୍ଡ୍ କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଗୋପାଳପୁର ପୋର୍ଟ ଲୁହା ପଥର, ଚୂନପଥର, ଆଲୁମିନା, ସିମେଂଟ ଏବଂ ବର୍ତମାନ ଥର୍ମାଲ୍ କୋଲ୍ ସମେତ ନିଜର ପଣ୍ୟ ବର୍ଗମାଳାକୁ ନିରନ୍ତର ବିସ୍ତାର କରୁଛି । ପାରାଦୀପ ଏବଂ ବିଶାଖାପାଟଣା ମଧ୍ୟରେ ପୂର୍ବ ଉପକୂଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଗୋପାଳପୁର ପୋର୍ଟ ଓଡିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରମୁଖ ଶିଳ୍ପ ହବ୍‌ଗୁଡ଼ିକୁ ସୁଗମ ମଲ୍‌ଟିମୋଡାଲ୍ ସଂଯୋଗ ପ୍ରଦାନ କରିବାରେ ସକ୍ଷମ । ବାର୍ଷିକ ୨୦ ନିୟୁତ ଟନ୍ କ୍ଷମତା ଏବଂ ତିନୋଟି କାର୍ଯ୍ୟକ୍ଷମ ବର୍ଥ ସହିତ ବନ୍ଦର ୧୪.୫ ମିଟର ପର୍ଯ୍ୟନ୍ତ ଗଭୀରତା ବିଶିଷ୍ଟ ବୃହତ୍ କେପ୍ ସାଇଜ୍ ଜାହାଜଗୁଡ଼ିକୁ ସୁଗମତାର ସହିତ ପରିଚାଳନା କରୁଛି । ଉପକୂଳ ପରିବହନ ପାଇଁ ବନ୍ଦରର ମୌଳିକ ସୁବିଧା ସର୍ବୋତମ ଶ୍ରେଣୀର ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ