ଘରେ କଳା କନା ବୁଲାଇଲେ ଚୋର

ହାଟଡିହି (ବିକାଶ ବିଶ୍ବାଳ): ଆନନ୍ଦପୁର ଉପଖଣ୍ଡରେ ଏବେ ଚୋର ମାନଙ୍କ ଉତ୍ପାତ କମିବାର ନାଁ ଧରୁନି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚୋରୀ ହେବା ଯୋଗୁଁ ଲୋକେ ଆତଙ୍କିତ ଭୟଭୀତ ହୋଇ ପଡିଲେଣି। ଗତକାଲି ରାତିରେ କଳିଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର ମାନେ। ଗତକାଲି ରାତିରେ  ଗ୍ରାମର ସୁରେନ୍ଦ୍ର ଦାସଙ୍କ ପରିବାର ଲୋକେ ସ୍କୁଲ ନିକଟରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ।  ଆଜି ଭୋର ସମୟରେ ଯାତ୍ରାରୁ ଫେରିବା ପରେ ତାଙ୍କ ଘରର ଝରକା ଭଙ୍ଗା ହୋଇଥିବା ଓ ଚୋରମାନେ ଭିତରେ ପସି ବାକ୍ସରେ ଥିବା ନଗଦ ୨୦ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ। ଏନେଇ ସୁରେନ୍ଦ୍ର ଦାସଙ୍କ ପତ୍ନୀ ସୁନିତା ଦାସ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଆନନ୍ଦପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରୁ ସପ୍ତାହକ ମଧ୍ୟରେ ୧୦ରୁ ଉର୍ଦ୍ଧ୍ବ ଲୁଟ ଘଟଣା ପୁଲିସ ଆଖିରୁ ନିଦ ହଜାଇ ଦେଇଛି। ଅତିରିକ୍ତ ଏସପି ମନୋଜ ରାଉତ ଆନନ୍ଦପୁର ଅଞ୍ଚଳରେ ରହି ତଦନ୍ତକୁ ଜୋରଦାର କରିଥିଲେ ବି ଲୁଟେରାଙ୍କୁ ଠାବ କରିବାରେ ସଫଳ ହୋଇ ନାହାନ୍ତି। ଗତକାଲି କେନ୍ଦୁଝରରୁ ଏକ ସାଇବର ଟିମ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସି ସି ଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ ତଦନ୍ତ ଚାଲିଥିବା ବେଳେ ତାକୁ ଖାତିର ନକରି ନିସଂଖପୁର ଗ୍ରାମରୁ ଚୋରୀ ପରେ ଆଜି ପୁଣି କଳିଗାଁ ରୁ ଚୋରୀ ହେବା ସତେ ଯେପରି ଚୋର ମାନେ ପୁଲିସ କୁ ଚ୍ୟାଲେଞ୍ଜ ଦେଉଛନ୍ତି।  ଅନ୍ୟ ପକ୍ଷରେ ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ପୋଲିସ ପରାମର୍ଶ ଦେଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂକୁ ଜୋରଦାର କରାଯିବା ସହିତ ସନ୍ଦେହ ଜନକ ବ୍ୟକ୍ତିଙ୍କ ସଂପର୍କରେ ପୁଲିସକୁ ଜଣାଇବାକୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ