ଜିଲ୍ଲା ପରିଷଦ ସଭାପତିଙ୍କୁ ଧମକ ଓ ଜାତିଆଣ ଆକ୍ଷେପ: ମାମଲା ରୁଜୁ କରି ଚୁପ ବସିଛି ପୋଲିସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତିଙ୍କୁ ଧମକ ଓ ଜାତିଆଣ ଆକ୍ଷେପ ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ କେଶ ରୁଜୁ କରି ଚୁପ ହୋଇ ବସିଯିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ଏକ ଖବରକାଗଜରେ ଜିଲ୍ଲା ପରିଷଦ ସଭାପତିଙ୍କ ଫଟୋ ସହିତ ଏକ ଅସମ୍ମାନଜନକ ଖବର ପ୍ରକାଶ ପାଇଥିଲା। ଏଥିସମ୍ପର୍କରେ ସଭାପତି ସଂପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ପଚାରିବାରେ ସେ ସଭାପତିଙ୍କୁ ଧମକ ଦେବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିଲେ। ଏସମ୍ପର୍କରେ ସଭାପତି ସୁଶ୍ରୀ ଲିଲିତା ଦାସ କେନ୍ଦ୍ରାପଡା ଟାଉନଥାନାରେ ଗତ ୧୩. ୦୩.୨୦୨୬ରତିଖରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଉପରେ ଟାଉନଥାନା ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୬୦/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୫୬,୩୫୧(୨) ଏବଂ ୩ (ଆଇ) (ଆର. ଆର. ଏସ) ୨ଭିଏ ଏସସି, ଏସଟି ଦଫାରେ ମାମଲା ରୁଜୁ କରି ଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସର୍ବୋଚ୍ଚ ପଦରେ ଆସିନଥିବା ଜଣେ ମହିଳା ଜନପ୍ରତିନିଧିଙ୍କୁ ଟାଉନ ଥାନା ପୋଲିସ ଘଟଣାର ୧୨ଦିନ ପରେବି ନ୍ୟାୟ ଦେଇପାରୁନଥିବା ବେଳେ ଜଣେ ସାଧାରଣ ଲୋକଟି କିଭଳି ପୋଲିସ ଠାରୁ ନ୍ୟାୟ ପାଇପାରିବ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ଥାନାଧିକାରୀ ଶୁଭେନ୍ଦୁ ସାହୁଙ୍କୁ ପଚାରିବାରେ ସେ କହିଲେ ଘଟଣାର ତଦନ୍ତ ଚାଲିଛି। ଅଭିଯୋଗ ହେବାର ୧୨ଦିନ ପରେବି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି। ଏହି ଘଟଣାରେ ବୁଦ୍ଧିଜୀବିମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ