ବେଲଗୁଣ୍ଠା ମହାବିଦ୍ୟାଳୟରେ ଏବିଭିପିର ତିନି ପଦବୀ ନିର୍ଦ୍ୱନ୍ଦ୍ୱ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳତା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ର ସଭାପତି, ଉପସଭାପତି ଓ ସମ୍ପାଦକ ପଦରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗତକାଲି ବିଭିନ୍ନ ପଦବି ପାଇଁ ମୋଟ ୧୩ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଚାରିଜଣ ପ୍ରାର୍ଥୀ ସୌମ୍ୟ ରଞ୍ଜନ ଜେନା, ରାଜେଶ ସ୍ୱାଇଁ, ନୃସିଂହ ପାତ୍ର ଓ ଆକାଶ କୁମାର ନାୟକ ନିଜ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ସଭାପତି ପଦରେ ରାକେଶ ବରାଡ଼, ଉପସଭାପତି ପଦରେ ରାକେଶ ସ୍ୱାଇଁ ଏବଂ ସମ୍ପାଦକ ପଦରେ ଗୀତାଞ୍ଜଳି ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।ଅନ୍ୟ ପଦବିଗୁଡ଼ିକ ମଧ୍ୟରେ ସାଧାରଣ ସମ୍ପାଦକ ପଦ ପାଇଁ ସିନୁ ପାତ୍ର ଓ ଜ୍ୟୋତି ରାଣୀ ଗୌଡ଼, ଯୁଗ୍ମ ସମ୍ପାଦକ ପଦ ପାଇଁ ଝୁମୁରି ବିଷୋୟୀ ଓ ଚାନ୍ଦିନୀ ଗୌଡ଼ ଏବଂ ଆଥଲେଟିକ୍ ସେକ୍ରେଟାରୀ ପଦ ପାଇଁ ସୋନୁ ବାରିକ ଓ ପ୍ରିୟଙ୍କା ସ୍ୱାଇଁ ପ୍ରାର୍ଥୀ ରହିଛନ୍ତି।ଏହି ଅବସରରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଓ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ମୁତୟନ ହୋଇଥିଲେ।


