ଟିଲୋ କପ ୨୦୨୬: ସେମି ଫାଇନାଲରେ ଏଏଣ୍ଡଏସ କୋଲକତା ଓ ନେସ୍କେଜ ହାଇଦ୍ରାବାଦ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ର ସୋମବାର ୪ର୍ଥ ଦିନରେ ହାଇଦ୍ରାବାଦର ମହମ୍ମଦ ଶରିମ ଟି-୨୦ର ବିଶ୍ୱର ସବୁଠୁ ତ୍ୱରିତ ଅର୍ଦ୍ଧଶତକ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି । ସେ ୯ ବଲରେ ଅର୍ଦ୍ଧ ଶତକ ସହ ମୋଟ ୧୮ ବଲରେ ୮୦ ରନ୍ କରି ଦଳକୁ ସେମିଫାଇନାଲକୁ ପହଞ୍ଚାଇ ପାରିଛନ୍ତି । ଆଜି ୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ଲାଇଟନିଂ ଲିଜେଣ୍ଡ ଚଣ୍ଡିଗଡ ବନାମ ଏ ଏଣ୍ଡ ଏସ କୋଲକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାଇଟନିଂ ଲିଜେଣ୍ଡ ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୯ ଉଇକେଟ୍ ହରାଇ ୧୩୫ ରନ୍ କରିଥିଲା । ଦଳ ପକ୍ଷରୁ ଅଙ୍କିତ ନରୱାଲ ୪୦, ସୁନି ସିଂହ ୩୧ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଏ ଏଣ୍ଡ ଏସ କୋଲକତାର ବୋଲର ପ୍ରକାଶ ରଏ ୨, ଆକାଶ ଶର୍ମା ଓ ଦୀପାଂଶୁ ଉପାଧ୍ୟାୟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ଜବାବରେ ଏ ଏଣ୍ଡ ଏସ କୋଲକତା ବ୍ୟାଟି ଆରମ୍ଭ କରି ୯.୧ ଓଭରରେ ୩ ଉଇକେଟ ହରାଇ ୧୪୧ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଦୀପାଂଶୁ ଉପାଧ୍ୟାୟ ୪୮, ଅଲମାସ ସୌକତ ୩୭, ଋଷିକେଶ ତିୱାରୀ ୨୭ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଲାଇଟନିଂ ଲିଜେଣ୍ଡ ବୋଲର ଅଙ୍କିତ ନରୱାଲ ୩, ସାହିଲ ଚୋପ୍ରା ଗୋଟିଏ ଉଇକେଟ ନେଇଥିଲେ । ଦୀପାଂଶୁ ଉପାଧ୍ୟାୟଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ସେହିପରି ୨ୟ ମ୍ୟାଚ୍ ନେସ୍କେଜ ହାଇଦ୍ରାବାଦ ବନାମ ଜେ.ପି ସ୍ପୋର୍ଟ୍ସ ନୋଇଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜେ.ପି ସ୍ପୋର୍ଟ୍ସ ନୋଇଡା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନେସ୍କେଜ ହାଇଦ୍ରାବାଦ ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୭ ଉଇକେଟ ହରାଇ ୨୭୩ ରନ୍ କରିଥିଲା । ଦଳ ପକ୍ଷରୁ ମହମ୍ମଦ ଶରିମ ୮୦, ନିଶାନ୍ତ ୟାଦବ ୬୧, ରାହୁଲ ରାଜ ୩୨ ରନ୍ କରିଥିଲେ । ପ୍ରତିପକ୍ଷ ଜେ.ପି ସ୍ପୋର୍ଟ୍ସ ନୋଇଡାର ପ୍ରବୀଣ ୟାଦବ ୨, ମେରୋଜ ଖାନ୍ ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ଜବାବରେ ଜେ.ପି ସ୍ପୋର୍ଟ୍ସ ନୋଇଡା ବ୍ୟାଟିଂ ଆରମ୍ଭ କରି ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୮ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଗୁଞ୍ଜନ ମୁଦଗଲ ୨୪, ମେରୋଜ୍ ଖାନ ୨୩, କିଶନ ଗୁପ୍ତା ୧୭ ରନ କରିଥିଲେ । ପ୍ରତିପକ୍ଷ ନେସ୍କେଜ୍ ହାଇଦ୍ରାବାଦର ବୋଲର ମହମ୍ମଦ ଶରିମ, ଆୟୁଷ ରଏ, ସବରାଭ ସିଂହ ପ୍ରତ୍ୟେକ ୨ଟି ଲେଖାଏ ଉଇକେଟ ନେଇଥିଲେ । ମହମ୍ମଦ ଶରିମଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ପ୍ରଥମ ମ୍ୟାଚରେ ଅମ୍ପାୟର ଲଲାଟ କେଶରୀ ନନ୍ଦ, ପୂର୍ଣ୍ଣେନ୍ଦୁ ଜେନା, ଭାଷ୍ୟକାର ସେକ୍ ଜମାଲଉଦ୍ଦୀନ, ସେକ୍ ଆଝାରୁ୍ଦ୍ଦୀନ, ସୁଶାନ୍ତ ବେହେରା, ସ୍କୋରର ଭାବେ ସୌରଜିତ୍ ସାହୁ ଦାୟୀତ୍ୱ ତୁଲାଇଥିଲେ । ୨ୟ ମ୍ୟାଚ୍ରେ ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ସତ୍ୟବ୍ରତ ଜେନା, ଭାଷ୍ୟକାର ଭାବେ ସୁଶାନ୍ତ ଜେନା, ସ୍କୋରର ଭାବେ ସୌରଜିତ ସାହୁ ଦାୟୀତ୍ୱ ତୁଲାଇଥିଲେ ।


