ଟିଲୋ କପ ୨୦୨୬ ଗ୍ରାଣ୍ଡ ଫାଇନାଲ: ସିଏଜି ଦିଲ୍ଲୀ ଚଳିତ ବର୍ଷର ଚମ୍ପିୟାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ର ରବିବାର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ସି.ଏ.ଜି ଦିଲ୍ଲୀ ଓ ନିମପୁର ଓଡିଶା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସି.ଏ.ଜି ଦିଲ୍ଲୀ ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିୟନ ହୋଇଛି । ନିମପୁର ଓଡିଶା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ୧୯.୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୯୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସୁଶିଲ କୁମାର ବାରିକ ୩୬, ବିକ୍ରମ ସାମଲ ୩୦ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ସି.ଏ.ଜି ଦିଲ୍ଲୀର ବୋଲର ଦେବବ୍ରତ ପ୍ରଧାନ ୩, ଆରାଫତ ଖାନ୍ ୨ ଓ ପ୍ରୟାସ ରାଏ ୨ ଉଇକେଟ ନେଇଥିଲେ । ଜବାବରେ ସି.ଏ.ଜି ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରି ୧୩.୩ ଓଭରରେ ୩ ଉଇକେଟ ହରାଇ ୯୯ ରନ୍ କରି ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିୟନ ହୋଇଥିଲା । ଦଳ ପକ୍ଷରୁ ସୁମିତ ମାଥୁର ୨୪, କାର୍ତ୍ତିକ ବିଶ୍ୱାଳ ୨୪, ଗୁରିନ୍ଦର ସିଂହ ୨୨ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ନିମପୁର ଓଡିଶାର ବୋଲର ସୁଶିଲ କୁମାର ବାରିକ, ତାରିଣୀ ସା ଓ ଜମାଲ ମହାପାତ୍ର ପ୍ରତ୍ୟେକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ଆଜିର ମ୍ୟାଚରେ ଅମ୍ପାୟର ଲଲାଟ କେଶରୀ ନନ୍ଦ, ରଞ୍ଜନ ମହାନ୍ତି, ଭାଷ୍ୟକାର ସୁକାନ୍ତ ବେହେରା, ରସିଦ୍‌ଉଲ ଓହିଦ୍‌, ସ୍କୋରର ସୌରଜିତ୍ ସାହୁ ଦାୟୀତ୍ୱ ତୁଲାଇଥିଲେ । ଦେବବ୍ରତ ପ୍ରଧାନଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍‌, ସୁମିତ ମାଥୁରଙ୍କୁ ମ୍ୟାନ୍ ଅଫ ଦି ସିରିଜ ଓ ବେଷ୍ଟ ବ୍ୟାଟ୍ସ ମ୍ୟାନ୍‌, ଆରାଫତ ଖାନଙ୍କୁ ବେଷ୍ଟ ବୋଲର, କାର୍ତ୍ତିକ ବିଶ୍ୱାଳଙ୍କୁ ବେଷ୍ଟ ଉଇକେଟ କିପର, ଦେବବ୍ରତ ପ୍ରଧାନଙ୍କୁ ବେଷ୍ଟ କେଚର ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ବ୍ରହ୍ମଗିରି ବିଧାନସଭାର ପୂର୍ବତନ ବିଧାୟକ ତଥା ପୂର୍ବତନ ରଣଜୀ ଖେଳାଳୀ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ପଙ୍କଜିନୀ ଲେଙ୍କା, ସମ୍ରାଟ ମାର୍ବଲର ପ୍ରୋପାଇଟର ରମାକାନ୍ତ ଜେନା, ଉପଦେଷ୍ଟା ମନ ମୋହନ ସାହୁ, ରମେଶ ଚନ୍ଦ୍ର ବେହୁରା, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ସନ୍ତୋଷ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଚମ୍ପିୟନ ଟ୍ରଫି, ରନର୍ସ ଅଫ ଟ୍ରଫି ସମେତ ଅନ୍ୟ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ସାଂସଦ, ବ୍ରହ୍ମଗିରିର ପୂର୍ବତନ ବିଧାୟକ, ବ୍ଲକ ଅଧ୍ୟକ୍ଷ, ଚମ୍ପିୟନ ଟିମ୍‌ର ଉପଦେଷ୍ଟା, ନିମପୁର କ୍ରିକେଟ କ୍ଲବର ସଭାପତି, ଭାଷ୍ୟକାର ତଥା ଶିକ୍ଷକ ସୁକାନ୍ତ କୁମାର ବେହେରା, ପିଚ୍ କ୍ୟୁରେଟର ପୂର୍ଣ୍ଣେନ୍ଦୁ ଜେନା, କିଶୋର କିଙ୍କର ପଢିଆରୀ, ସନ୍ତୋଷ କୁମାର ନାୟକ, ବିଭୁ ପ୍ରସାଦ ମିଶ୍ର, ମଳୟ କୁଅଁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଆଥଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ, ସମ୍ପାଦକ ଅସିତ୍ କର, ଏଲ.ଅମରଜିତ୍ ସ୍ୱାଇଁଙ୍କ ସମେତ ଆସୋସିଏସନର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ