ଟିଲୋ କପ ୨୦୨୬: ୨ୟ ଦିନର ଲିଗ୍ ମ୍ୟାଚ୍ରେ ନେସ୍କେଜ୍ ହାଇଦ୍ରାବାଦ ବିଜୟୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନର ସହଯୋଗ ତଥା ଟିଲୋ ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ର ଶନିବାର ପୁଲ-‘ଏ’ର ୨ୟ ମ୍ୟାଚ୍ ନେସ୍କେଜ ହାଇଦ୍ରାବାଦ ଓ ଏ ଏଣ୍ଡ ଏସ୍ କୋଲକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନେସ୍କେଜ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଏ ଏଣ୍ଡ ଏସ୍ କୋଲକତା ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୯୦ ରନ୍ କରିଥିଲା । ଦଳ ପକ୍ଷରୁ ଶୁଭଙ୍କର ବଳ ୨୪ ବଲରେ ୬୭, ଅଲମାସ ସୌକତ୍ ୩୭ ବଲରେ ୫୬ ଓ ଅଂଶୁମାନ ପାଣ୍ଡେ ୧୧ ବଲରେ ୨୧ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ନେସ୍କେଜ ହାଇଦ୍ରାବାଦର ବୋଲର ରାହୁଲ ରାଜ୍ ୩ ଓ ଆୟୁଷ ରଏ ୨ ଉଇକେଟ ନେଇଥିଲେ । ଜବାବରେ ନେସ୍କେଜ ହାଇଦ୍ରାବାଦ ବ୍ୟାଟି ଆରମ୍ଭ କରି ୧୭.୨ ଓଭରରେ ୫ ଉଇକେଟ ହରାଇ ୧୯୩ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିଶାନ୍ତ ୟାଦବ ୪୬ ବଲରେ ୭୩, ଇରସାଦ୍ଦ ରହିମ୍ ୩୧ ବଲରେ ୪୯ ଓ ମହମ୍ମଦ ସରିମ୍ ୮ ବଲରେ ୨୧ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଏ ଏଣ୍ଡ ଏସ୍ କୋଲକତାର ବୋଲର ଆକାଶ ଶର୍ମା ୨ ଏବଂ ଅଲମାସ ସୌକତ ଓ ଦୀପାଂଶୁ ଉପାଧ୍ୟାୟ ପ୍ରତ୍ୟେକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ଆଜିର ମ୍ୟାଚରେ ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ବିଭୁ ପ୍ରସାଦ ମିଶ୍ର, ପୂର୍ଣ୍ଣେନ୍ଦୁ ଜେନା, ପିଚ୍ କ୍ୟୁରେଟର ଭାବେ ମଳୟ କୁଅଁର, ଗୋବିନ୍ଦ ଧଳ, ଭାଷ୍ୟକାର ଭାବେ ରସିଦ୍ ଉଲ ଓହିଦ୍, ରାଜ, ସ୍କୋରର ଭାବେ ସୌରଜିତ୍ ସାହୁ ଦାୟୀତ୍ୱ ତୁଲାଇଥିଲେ । ଆଜିର ମ୍ୟାଚ୍ରେ ହାଇଦ୍ରାବାଦର ନିଶାନ୍ତ ୟାଦବଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସୃଜତିକୃଷ୍ଣ ବେହେରା, ତ୍ରିଲୋଚନ ପଣ୍ଡା, ଲିଙ୍ଗରାଜ ସ୍ୱାଇଁ, ପ୍ରଦ୍ୟୁମ୍ନ ସାହୁ, ମନମୋହନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଅଭିଜିତ୍ ପୁହାଣ, ଅଜିତ୍ ଧଳ, ରାଜେଶ ଖିଲାର, ଆଶୁତୋଷ ସାହୁ, ସୋମନାଥ ସାହୁ, ଶମ୍ଭୁନାଥ ସାହୁ, ଦୀପକ ସାହୁ, ଶୁଭମ ବେହେରା, ପ୍ରଜ୍ଞାଂଶୁ ନାଥ, ସୁବିତ୍ ଧଳ, ପ୍ରେମାନନ୍ଦ ବେହେରା, ହିମାଂଶୁ୍ ବେହେରା, ଉଦୟ ବିଶ୍ୱାଳ, ମାଧବାନନ୍ଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି(ରବିବାର) ପ୍ରଥମ ମ୍ୟାଚ୍ ଲାଇଟନିଂ ଲିଜେଣ୍ଡ ଚଣ୍ଡିଗଡ ବନାମ ନେସ୍କେଜ ହାଇଦ୍ରାବାଦ ଏବଂ ୨ୟ ମ୍ୟାଚ୍ ଜେ.ପି ସ୍ପୋର୍ଟ୍ସ ନୋଇଡା ବନାମ ଏ ଏଣ୍ଡ ଏସ କୋଲକତା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଥଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ସମ୍ପାଦକ ଅସିତ୍ କର, କୋଷାଧ୍ୟକ୍ଷ ଏଲ.ଅମରଜିତ୍ ସ୍ୱାଇଁ ସୂଚନା ଦେଇଛନ୍ତି ।


